ଫାଉଣ୍ଡେସନ୍ ଖୋଳିଲା ବେଳେ ଭୁଷୁଡିଗଲା ପାଖ ଦୋକାନ । ମାଟିରେ ଦବିଗଲେ ୧୧ଜଣ, ୩ ମୃତ, ଏକାଧିକ ଗୁରୁତର

170

କନକ ବ୍ୟୁରୋ: ରାଜସ୍ଥାନ ଉଦୟପୁରରେ ଏକ ଦୁଃଖଦ ଘଟଣା ଘଟିଛି । ଉଦୟପୁରର ସବିନା ଇଲାକାରେ ଥିବା କୃଷି ମଣ୍ଡିରେ ଏକ ନୂଆ ଦୋକାନ ପାଇଁ ଫାଉଣ୍ଡେସନ୍ ଖୋଳୁଥିବାବେଳେ ପାଖରେ ଥିବା ଏକ ଦୋକାନ ଭୁଷୁଡିବାରୁ ମାଟିତଳେ ୧୧ଜଣ ଚାପି ହୋଇଯାଇଛନ୍ତି । ଏଥିରେ ୨ଜଣ ଗ୍ରାହକ ଓ ଜଣେ ଆକାଉଣ୍ଟାଣ୍ଟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ୮ଜଣଙ୍କ ଅବସ୍ଥାଙ୍କୁ ଗୁରୁତର ଅବସ୍ଥାରେ ହସ୍ପଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାର ସୂଚନା ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତୁରନ୍ତ ହସ୍ପିଟାଲରେ ପହଞ୍ଚି ଆହତଙ୍କ ଚିକିତ୍ସାକୁ ସୁନିଶ୍ଚିତ କରିଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ୨ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ଦିଆଯିବା ସହ ପ୍ରତି ଆହତଙ୍କ ୫୦ ହଜାର ଲେଖାଏଁ ସହାୟତା ରାଣି ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ଏହି ଦୁର୍ଘଟଣା ବୁଧବାର ସନ୍ଧ୍ୟା ସମୟରେ ଘଟିଛି । ଏଠିକାର କୃଷି ମଣ୍ଡିରେ ଗୋଟିଏ ମହଲା ପାଇଁ ଅନୁମତି ଥିଲେ ବି ବେଆଇନ ଭାବେ ଅନ୍ୟ ଦୋକାନ ପାଇଁ ନିର୍ମାଣ କାର୍ଯ୍ୟ କରାଯାଉଥିଲା । ସେଥିପାଇଁ ନୂଆ ଫାଉଣ୍ଡେସନ୍ ଖୋଳାଯାଉଥିଲା । ଫଳରେ ପାଖ ଦୋକାନ ଭୁଷୁଡିପଡିଥିଲା । ଫଳରେ ସେହି ଦୋକାନରେ ଥିବା ମାଲିକ ବିନୟ କାନ୍ତ , ଦୋକାନର ଆକାଉଣ୍ଟାଣ୍ଟ, ଗ୍ରାହକ ଓ ଶ୍ରମିକଙ୍କ ସମେତ ସେଠାରେ ଥିବା ୧୧ଜଣ ଲୋକ ମାଟି ତଳେ ଚାପିହୋଇଯାଇଥିଲେ ।

ପାଖ ଦୋକାନ ଛାତ ଅଚାନକ ଧସିବାରୁ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା । ଫଳରେ ଏସଡିଆରଏଫ୍ ଟିମ୍ ପୋଲିସ ପ୍ଲାଟୁନ୍ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ହେଲେ ଉଦ୍ଧାର କରିବା ବେଳକୁ ୩ଜଣଙ୍କ ମୃତ୍ୟୁ ହୋଇସାରିôଥଲା ।