ବିଜ୍ଞାନ ଇଣ୍ଟରନ୍ୟାସନାଲ ଡିଗ୍ରୀ କଲେଜରେ +୩ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ

63

କନକ ବ୍ୟୁରୋ: ଗତ ନଭେମ୍ବର ୨୯ ତାରିଖରେ ବିଜ୍ଞାନ ଇଣ୍ଟରନ୍ୟାସନାଲ ଡିଗ୍ରୀ କଲେଜରେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ସଭା ଅନୁଷ୍ଠିତ ହୋଇସାରିଛି । ଏହି ଉତ୍ସବରେ କଲେଜର ଅଧ୍ୟକ୍ଷ ସିଦ୍ଧାର୍ଥ ପାଣି, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ +୩ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ସଭାରେ ଡିଏଭି ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀପକ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଉ ଦୀପ ପ୍ରଜ୍ୱଳନ କରି ସଭାର ଶୁଭାରମ୍ଭ କରିଥିଲେ । ସେ ନିଜେ ଶବ୍ଦ ଗୁଡିକ ଦ୍ୱାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ । ଏହାପରେ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ସହ ସଭାଟି ଅତ୍ୟନ୍ତ ମନୋରମ ହୋଇଥିଲା ।