ବନ୍ୟା ପାଣି ଘେରରେ ରହୁଥିବା ବେଳେ ଅଘଟଣ : ସାପ କାମୁଡାରେ ୭ ବର୍ଷ ପିଲାର ମୃତ୍ୟୁ

305

କନକ ବ୍ୟୁରୋ : ବନ୍ୟାରେ ବେହାଲ ହୋଇ ପଡ଼ିଛି ସ୍ଥିତି । ଜଳବନ୍ଦୀରେ ଲୋକେ ରହିଥିବା ବେଳେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେହିଭଳି ବନ୍ୟା ପାଣି ଘେରରେ ରହୁଥିବା ବେଳେ ଘଟିଛି ଅଘଟଣ । ଜୟପୁର ଲକ୍ଷ୍ମୀପୁର ଥାନା ପିପଲପଦର ସତୀଗୁଡ଼ାରେ ୭ ବର୍ଷ ପିଲାର ସାପ କାମୁଡାରେ ମୃତ୍ୟୁ ହୋଇଛି । ସାପଟି ବନ୍ୟାପାଣିରେ ଭାସିଆସିଥିଲା । ପିଲାଟି ରାତିରେ ଶୋଇଥିବା ବେଳେ ଏହି ବିଷାକ୍ତ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଉଥିଲା । ହେଲେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଯାହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଥିଲା ।