ବିବାହ ଭୋଜି ଖାଇବାକୁ ଯିବାବେଳେ ଟ୍ରକରେ ପିଟିହେଲା କାର୍ । ଗୋଟିଏ ପରିବାରର ୮ଜଣଙ୍କ ମୃତ୍ୟୁ

350

କନକ ବ୍ୟୁରୋ: ରାଜସ୍ଥାନରେ ଭୟଙ୍କର ଦୁର୍ଘଟଣା ଘଟିଛି । ବିବାହରେ ଯୋଗ ଦେବାକୁ ଯାଉଥିବାବେଳେ କାର-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୮ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବାରମୋର ଜିଲ୍ଲାର ଗୁଡାମଲାନି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ସବୁଠାରୁ ଦୁଃଖଦ କଥା ହେଉଛି ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି ।

ସୂଚନା ମୁତାବକ, ଜାଲୋର ଜିଲ୍ଲାର ସାନଚୋରରେରୁ ସୋମବାର ରାତିରେ ଗୋଟିଏ ପରିବାରର ୧୦ଜଣ ଜଣ ସଦସ୍ୟ ଏକ ଏସୟୁଭି କାରରେ ଗୁଡାମଲାନିରେ ଥିବା ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । କିନ୍ତୁ ବିବହରେ ପହଞ୍ଚିବା ପୂର୍ବରୁ ସେମାନଙ୍କ କାର୍ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ୪ଜଣ ଗୁରୁତର ଆହତ ହୋଇଥିଲେ । ପରେ ହସ୍ପିଟାଲରେ ଅନ୍ୟ ୨ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଖବର ପାଇ ପୋଲି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।