‘ହେନଲେ ଆଣ୍ଡ ପାର୍ଟନର’ ରିପୋର୍ଟ ଦାବି । ଦେଶ ଛାଡୁଛନ୍ତି କୋଟିପତି ଭାରତୀୟ!

514

କନକ ବ୍ୟୁରୋ : ବିଶ୍ୱରେ ବଢୁଛି ଧନୀଙ୍କ ସଂଖ୍ୟା । ବିଶେଷ କରି ଗତ ଦୁଇବର୍ଷରେ କୋଟିପତିଙ୍କ ସଂଖ୍ୟା କ୍ରମାଗତ ବଢିଛି । ଏହା ସହ ତାଳ ଦେଇ ଭାରତରେ ମଧ୍ୟ କୋଟିପତିଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଏବେ ସାମ୍ନାକୁ ଆସିଛି ଏକ ନୂଆ ରିପୋର୍ଟ । ହେନଲେ ଆଣ୍ଡ ପାର୍ଟନରରେ ପ୍ରକାଶିତ ରିପୋର୍ଟର ଦାବି କହୁଛି ଯେ ଅନୁସାରେ ୨୦୨୨ ମସିହାରେ ୮ହଜାର କୋଟିପତି ଭାରତୀୟ ଦେଶ ଛାଡି ବିଦେଶକୁ ଚାଲିଯାଇଛନ୍ତି । ଧନୀ ଲୋକଙ୍କ ପଳାୟନ ମାମଲାରେ ଭାରତ ଏବେ ଟପ୍ ଥ୍ରୀ ଦେଶ ମଧ୍ୟରେ ସାମିଲ ହୋଇଛି । ଏହି ତାଲିକାରେ ପ୍ରଥମେ ରହିଛି ରୁଷ ଓ ଦ୍ୱିତୀୟରେ ରହିଛି ଚୀନ ।

ଦେଶ ଛାଡ଼ିଲେ ୮ହଜାର କୋଟିପତି ଭାରତୀୟ!

• ହେନଲେ ଆଣ୍ଡ ପାର୍ଟନର’ ରିପୋର୍ଟ ଆଧାରରେ ବିଜନେସ ଇନ୍ସାଇଡ୍ରେ ଏହି ଖବର ପ୍ରକାଶ ପାଇଛି
• ରିପୋର୍ଟରେ କୁହାଯାଇଛି କୋଟିପତି ଭାରତୀୟ ଦେଶ ଛାଡି ବିଦେଶରେ ରହିବାକୁ ଖୁବ ପସନ୍ଦ କରୁଛନ୍ତି
• ଚଳିତବର୍ଷ ପ୍ରାୟ ୮ହଜାର କୋଟିପତି ଭାରତୀୟ ଦେଶ ଛାଡି ବିଦେଶକୁ ଚାଲିଯାଇଛନ୍ତି
• ଦେଶର ପଳାୟନ କରି ୨୦୦୦ ଭାରତୀୟ ୟୁଏଇରେ, ୩୫୦୦ ଅଷ୍ଟ୍ରେଲିଆରେ ଓ ୨୫୦୦ ସିଙ୍ଗାପୁରରେ ପହଁଚିଛନ୍ତି
• ୨୦୨୨ରେ ରୁଷର ୧୫ହଜାର କୋଟିପତି ନିଜ ଦେଶ ଛାଡିଛନ୍ତି
• ଚୀନର ୧୦ହଜାର କୋଟିପତି ଦେଶ ଛାଡି ଅନ୍ୟ ଦେଶର ନାଗରିକତା ଗ୍ରହଣ କରୁଛନ୍ତି

କେବଳ ଭାରତ,ରୁଷ, ଚୀନ ନୁହେଁ ବଂର ହଂକକଙ୍ଗ, ୟୁକ୍ରେନ, ବ୍ରାଜିଲ, ମେକସିକୋ, ବିଟ୍ରେନ, ସାଉଦି ଆରବ, ଇଣ୍ଡୋନେସିଆ ଭଳି ଦେଶରେ ମଧ୍ୟ କୋଟିପତିମାନେ ଦେଶ ଛାଡି ବିଦେଶକୁ ଚାଲିଯାଉଛନ୍ତି । ଗତ ୧୦ବର୍ଷ ମଧ୍ୟରେ ଏହାର ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଏହି ଦେଶର ଲୋକମାନେ ୟୁଏଇ, ସିଙ୍ଗାପୁର, ଅଷ୍ଟ୍ରେଲିଆରେ ନିଜର ନୂଆ ଠିକଣା ଖୋଜୁଛନ୍ତି ।

ହେନଲେ ଆଣ୍ଡ ପାର୍ଟନରର ରିପୋର୍ଟ ଅନୁସାରେ ୨୦୦୨୨ ସୁଦ୍ଧା ସାରା ବିଶ୍ୱରୁ ପ୍ରାୟ ବିଭିନ୍ନ ଦେଶର ପ୍ରାୟ ୮୮ହଜାର ହାଇ ନେଟ ୱର୍ଥ ବା କୋଟିପତି ପଳାୟନ କରିଛନ୍ତି । ତେବେ ଖୁସିର କଥା କି ୨୦୩୧ ସୁଦ୍ଧା ଦେଶରେ ୮୦ପ୍ରତିଶତ ବୃଦ୍ଧି ପାଇବ କୋଟିପତିଙ୍କ ସଂଖ୍ୟା ।