Daily Archives

January 29, 2018

ସଚିବାଳୟରେ ସାହସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ : ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ସଚିବାଳୟରେ ସାହସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ । ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ସାହସୀ ବାଳକ ପଙ୍କଜ ଓ ବାଳିକା ମମତାଙ୍କୁ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁମ୍ଭୀର ମୁହଁରୁ ବଡ ଭଉଣୀକୁ ବଂଚାଇ ସାହସୀକତାର…

ସରକାରଙ୍କୁ ଚାଷୀଙ୍କ ଚରମ ଚେତାବନୀ : ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ନଦେଲେ ଆସନ ଛାଡ

କନକ ବ୍ୟୁରୋ :  ପୁଣି ହକର ଲଢେଇ ଲଢିବା ପାଇଁ ସଂଗଠିତ ହେଲେ ଚାଷୀ । ଜଗତସିଂହପୁର ଓ ଯାଜପୁର ପରେ ଢେଙ୍କାନାଳରେ ନବ ନିର୍ମାଣ କୃଷକ ସଂଗଠନର ଜୟ କିଷାନ ମହାସମାବେଶ । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ୨୦ ହଜାରରୁ ଅଧିକ ଚାଷୀଙ୍କ ରଣହୁଙ୍କାର । ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କର,…

ବିଜେଡିର ଏକ, ବିଜେପିର ଅନେକ ! ବିଜେପୁର ପ୍ରଚାର ମଇଦାନରେ ମଙ୍ଗ ଧରିବାକୁ ତାଲିକା ପ୍ରସ୍ତୁତ

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଏବେ ସବୁ ଦଳ ସଜବାଜ ହେଲେଣି । ନିର୍ବାଚନ ତାରିଖ ଘୋଷଣାର ଢେର ପୂର୍ବରୁ ଏଠାରେ ରାଜନୀତି ସରଗରମ ଥିବା ବେଳେ ଏବେ ଏହି ତାତି ବହୁଗୁଣ ବଢିଯାଇଛି । ଏହି ଲଢେଇର ସବୁଠୁ ଆଗରେ ଅଛନ୍ତି ବିଜେଡି ଓ ବିଜେପି । ଗୋଟିଏ ପଟେ ବିଜେଡି ସୁପ୍ରିମୋ ନବୀନ…

ସୈତାନ ସାଜିଲା ସନ୍ତାନ : ଜମି କଳିରୁ ବଳି ପଡିଲେ ବାପା

କନକ ବ୍ୟୁରୋ :  ବାପା-ମାଙ୍କୁ ଠାକୁରଙ୍କ ଚଳନ୍ତି ପ୍ରତୀମା କୁହାଯାଉଥିବା ଆମ ସଭ୍ୟ ସମାଜରେ, ଭଗବାନ ତୁଲ୍ୟ, ବାପାଙ୍କୁ କିଭଳି ବ୍ୟବହାର କରୁଛି ନିଜ ଜନ୍ମ କଲା ପୁଅ ଏହା ତାର ଜ୍ୱଳନ୍ତ ଉଦାହରଣ । କୋଳେଇ-କାଖେଇ ମଣିଷ କରିଥିବା ଲୋକଟି ଆଜି ଯେତେବେଳେ ଦୁର୍ବଳ ଓ ଅସହାୟ ହୋଇଯାଇଛି-ନିଜର ଶକ୍ତି…

ନିଆଁ ଲଗାଇ ଦୁର୍ନୀତି ଲୁଚାଇବାକୁ ଉଦ୍ୟମ : ଜୟପୁର ସମବାୟ ନିବନ୍ଧକ କାର୍ଯ୍ୟାଳୟର ରେକର୍ଡ ରୁମରେ ଜଳିଗଲା…

କନକ ବ୍ୟୁରୋ :  ନାଲି ଫିତା ତଳେ ବନ୍ଧା ହୋଇଥିବା ଦୁର୍ନୀତିର କୁହୁକ ପେଡ଼ି, ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । ଆଉ ତା’ସହ ଲିଭି ଯାଇଛି ସେହି ଦୁର୍ନୀତିର ଅନେକ ଚିହ୍ନ ଯାହାକୁ ନେଇ ଗତ ତିନି ବର୍ଷ ହେଲା ତନାଘନା କରୁଥିଲା ଭିଜିଲାନ୍ସ । ଜୟପୁର ସମବାୟ ସମିତି ଉପ-ନିବନ୍ଧକ କାର୍ଯ୍ୟାଳୟର ରେକର୍ଡ…

କର୍ମଚାରୀଙ୍କୁ କୋଟିପତି ବନାଇଦେଲା ପେଟିଏମ ସେୟାର ! ୨୦୦ କର୍ମଚାରୀ କେମିତି ପାଇଲେ ୩୦୦ କୋଟି

ପେଟିଏମ କମ୍ପାନିର ସେୟାର ବିକି କୋଟିପତି ହେଲେ ୨୦୦ କର୍ମଚାରୀ । ପେଟିଏମ କମ୍ପାନୀର ୨୦୦ କର୍ମଚାରୀ ପ୍ରାୟ ୩୦୦ କୋଟି ଟଙ୍କାର ସେୟାର ବିକ୍ରି କରିବା ସହ କୋଟିପତି ହୋଇଛନ୍ତି । ଏନେଇ ମଙ୍ଗଳବାର କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି । ଦିନକୁ ଦିନ ଅନଲାଇନ ପେମେଣ୍ଟ ଆପ ପେଟିଏମର ଲୋକପ୍ରିୟତା…