ମଥୁରା ବାଙ୍କେ ବିହାରୀ ମନ୍ଦିରରେ ଅଘଟଣ । ମଙ୍ଗଳ ଆଳତି ସମୟରେ ଶ୍ୱାସରୁଦ୍ଧ ହୋଇ ୨ ମୃତ,୬ ଗୁରୁତର

166

କନକ ବ୍ୟୁରୋ: ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମଥୁରାର ବିଶ୍ୱପ୍ରସିଦ୍ଧ ବାଙ୍କେବିହାରୀ ମନ୍ଦିରରେ ଅଘଟଣ ଘଟିଛି । ଏଠାରେ ଶ୍ରୀକୃଷ୍ଣଙ୍କ ମଙ୍ଗଳ ଆଳତି ଦେଖିବାକୁ ପ୍ରବଳ ଭିଡ ହେବାରୁ ଅଣନିଶ୍ୱାସୀ ହୋଇ ଦୁଇଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଏହାସହ ୬ଜଣ ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ହୋଇପଡିଛନ୍ତି । ସେମାନଙ୍କୁ ମଥୁରାର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଓ ଜଣେ ପୁରୁଷ ଶ୍ରଦ୍ଧାଳୁ ଅଛନ୍ତି । ମୃତକ ମାନେ ହେଉଛନ୍ତି ନୋଏଡା ସେକ୍ଟର ୯୯ର ବାସିନ୍ଦା ନିର୍ମଳା ଦେବୀ ଓ ଭୁଲେରାମ କଲୋନୀର ରାମ ପ୍ରସାଦ ବିଶ୍ୱକର୍ମା । ରାମ ପ୍ରସାଦ ପ୍ରକୃତରେ ଜବଲପୁର ବାସିନ୍ଦା ।

ବାଙ୍କେ ବିହାରୀ ମନ୍ଦିରରେ ବର୍ଷକୁ ଥରେ ଶ୍ରୀକୃଷ୍ଣଙ୍କ ଆଳତି ଦେଖିବାକୁ ପ୍ରବଳ ଭିଡ ହୁଏ । ଚଳିତ ଥର ମଧ୍ୟ ନନ୍ଦୋତ୍ସବରେ ଶ୍ରୀକୃଷ୍ଣଙ୍କ ମଙ୍ଗଳ ଆଳତି ଦେଖିବାକୁ ଆବଶ୍ୟକତା ଠାରୁ ପ୍ରବଳ ଭିଡ ହୋଇଥିଲା, ଯାହାକୁ ନିୟନ୍ତ୍ରଣ କରାଯାଇପାରିନଥିଲା । ଫଳରେ ଶ୍ୱାସରୁଦ୍ଧ ପରି ସମସ୍ୟା ସୃଷ୍ଟି ହୋଇଥିଲା । ଏବେ ପରିସ୍ଥିତି ସାମାନ୍ୟ ଥିବା ଜଣାପଡିଛି ।