ସୂର୍ଯ୍ୟଙ୍କ କ୍ୟାଚ୍ କଲା କମାଲ । ଟି- ୨୦ ବିଶ୍ୱକପ୍ ଫାଇନାଲରେ ସୂର୍ଯ୍ୟ କୁମାର ଯାଦବଙ୍କ କ୍ୟାଚ୍ ଭାରତକୁ ଦେଖାଇଲା ବିଜୟର ବାଟ ।

409

କନକ ବ୍ୟୁରୋ:କମାଲ କଲା ସୂର୍ଯ୍ୟକୁମାରଙ୍କ କ୍ୟାଚ୍ । ଭାରତର ବିଜୟ ସୂର୍ଯ୍ୟକୁମାର ଯାଦବଙ୍କ କନକ ବ୍ୟୁରୋ: କୁହାଯାଏ, କ୍ୟାଚ୍ ଜିତାଏ ମ୍ୟାଚ୍ । ଚଳିତ ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହାର ପ୍ରମାଣ ଦେଖିବାକୁ ମିଳିଛି । ଯେତେବେଳେ ଶେଷ ଓଭରରେ ବୋଲିଂ କରିବାକୁ ଆସିଥିଲେ ହାର୍ଦ୍ଦିକ୍ ପାଣ୍ଡ୍ୟା, ସେତେବେଳେ ସାମ୍ନାରେ ଥିଲେ ବିସ୍ଫୋରକ ଡେଭିଡ୍ ମିଲର । ପ୍ରଥମ ବଲରେ ବଡ଼ ଛକ୍କା ମାରିବାକୁ ଚେଷ୍ଟା କରିଥିଲେ ମିଲର । ଲଙ୍ଗ ଅଫ୍ ବାଉଣ୍ଡାରୀକୁ ଶକ୍ତିଶାଳୀ ସଟ୍ ଖେଳିଥିଲେ । ସେଠାରେ ଫିଲ୍ଡିଂ କରୁଥିଲେ ସୂର୍ଯ୍ୟକୁମାର ଯାଦବ । କ୍ୟାଚ୍ ଧରି ନିୟନ୍ତ୍ରଣ ହରାଇ ବସିଥିଲେ । ବିଚଳିତ ନହୋଇ ସେ ବଲକୁ ଉପରକୁ ଫିଙ୍ଗି ବାଉଣ୍ଡାରୀ ବାହାରକୁ ଚାଲିଯାଇ ପ୍ରଥମେ ନିୟନ୍ତ୍ରଣ ରଖିଥିଲେ । ଏହା ପରେ ଜମ୍ପ ମାରି ବାଉଣ୍ଡାରୀକୁ ଆସି ବଲକୁ ଧରିନେଇଥିଲେ ସୂର୍ଯ୍ୟକୁମାର । ଏ ଦୃଶ୍ୟ ସମସ୍ତଙ୍କ ମନ ଛୁଇଁଥିଲା । ଏହି କ୍ୟାଚ୍ ପରେ ଆରମ୍ଭ ହୋଇଥିଲା ବିଜୟର କ୍ରେଜ୍ ।