କନକ ବ୍ୟୁରୋ: ରାଜଧାନୀରେ ପୁଣି ଲଜ୍ଜା । ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପୀଡିତା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅଭିଯୁକ୍ତ ଫେରାର ଅଛି । ସୁନ୍ଦରପଦା ଅଞ୍ଚଳରେ ବାପା ମାଆଙ୍କ ସହ ଭଡା ଘରେ ରହୁଥିବା ଜଣେ ନାବାଳିକାଙ୍କୁ ପଡିଶା ଘରେ ରହୁଥିବା ସନ୍ତୋଷ ଖୁଣ୍ଟିଆ ଦୁଷ୍କର୍ମ କରିଥିବା ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରି ଅଭିଯୁକ୍ତର ସାଙ୍ଗକୁ ଗିରଫ କରିଛି ପୁଲିସ ।