ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦମ୍ଭୋକ୍ତି କହିଲେ,ପ୍ରତିଟି ପ୍ରତିଶ୍ରୁତି ପାଳନ କରିବ ବିଜେପି ସରକାର । ସେପଟେ ଏ ନେଇ ବିଜେଡି ଉଠାଇଲା ପ୍ରଶ୍ନ

649

କନକବ୍ୟୁରୋ:ସେପ୍ଟେମ୍ବର ୧୭ରୁ ରାଜ୍ୟରେ ଆରମ୍ଭ ହେବ ସୁଭଦ୍ରା ଯୋଜନା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ସେଫ୍ଟେମ୍ବର ୧୭ । ସେହିଦିନ ଏହି ଯୋଜନାର ଶୁଭାରମ୍ଭ କରାଯିବ । ନିର୍ବାଚନ ପ୍ରଚାର ବେଳେ ବିଜେପି ନିଜ ସଂକଳ୍ପ ପତ୍ରରେ ସୁଭଦ୍ରା ଯୋଜନା ନେଇ ପ୍ରତିଶ୍ରୁତି ଦେଇଥିଲା,ଏବଂ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା, ତାହା ସବୁ ପୂରଣ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେପଟେ ଏ ନେଇ ବିଜେଡିର ପ୍ରତିକ୍ରିୟା । ବିଜେଡି ନେତା ନୃସିଂହ ସାହୁ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ସୁଭଦ୍ରା ଯୋଜନାକୁ ନେଇ ବିଜେପି ଥୋପ ପକାଇଥିଲା । ହେଲେ ଏଯାଏଁ ଏନେଇ ଡିଟେଲ ଦେଇନାହାନ୍ତି । ଏଥିରେ କେତେ ଲୋକ ଉପକୃତ ହେବେ, କେତେ ଟଙ୍କା ଖର୍ଚ୍ଚ ହେବ, କେଉଁ ବାବଦରେ ମହିଳା ଟଙ୍କା ଖର୍ଚ୍ଚ କରିବେ, ଏ ଆର୍ଥିକ ବୋଝ କେଉଁଠୁ ଆସିବ, ଏନେଇ ବିଜେପି କିଛି କହି ନାହିଁ । ଏହା ଯୋଜନା କେବଳ ରାଜନୈତିକ ଉଦ୍ଦେଶ୍ୟରେ କରାଯାଇଛି ବୋଲି ବିଜେଡିି କହିଛି ।