ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ବଢୁଛି ତାତି : ନିମାପଡାରେ ବିଜେପି-ବିଜେଡିି କର୍ମୀ ମୁହାଁମୁହିଁ; ରଣକ୍ଷେତ୍ର ପାଲଟିଲା ଡାକବଙ୍ଗଳା

204

କନକ ବ୍ୟୁରୋ : ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ତାତି ବଢିବାରେ ଲାଗିଛି । ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବାରୁ ନିମାପଡାରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିମାପଡା ଯାଇ ଡାକ ବଙ୍ଗଳାରେ ଦଳୀୟ କର୍ମୀଙ୍କ ସହ ବୈଠକ କରିଥିଲେ । ବୈଠକ ପରେ ମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବା ପରେ ଡାକବଙ୍ଗଳା ଆଗରେ ଯାଇ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହ ଇସ୍ତଫା ଦାବି କରିଥିଲେ ବିଜେପି କର୍ମୀ ।

ସେଠରେ ଉପସ୍ଥିତ ବିଜେଡି କର୍ମୀ ମନ୍ତ୍ରୀଙ୍କ ସପ କ୍ଷରେ ନାରାବାଜି କରିଥିଲେ । ଏହାକୁ ନେଇ ଉତ୍ତେଜନା ବଢିବା ସହ ଦୁଇ ଦଳ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଯାଏଁ କଥାଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା । ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ତେବେ ଥାନାରେ ଆପୋଷ ବୁଝାମଣା ହୋଇଥିବା ସୂଚନା ମିଳିଛି ।