ଜମ୍ମୁ-କାଶ୍ମୀରରେ ବସରେ ଲଗାତାର ବିସ୍ଫୋରଣ: ଘଣ୍ଟାକ ଭିତରେ ଦ୍ୱିତୀୟ ବିସ୍ଫୋରଣ

183

କନକ ବ୍ୟୁରୋ: ଆଜି ଭୋର ସମୟରୁ ଜମ୍ମୁ-କାଶ୍ମୀରର ଉଦ୍ଧମପୁର ବସଷ୍ଟାଣ୍ଡରେ ଲଗାତାର ଦୁଇ ଦୁଇଟି ବିସ୍ଫୋରଣ ଘଟିଛି । ୮ ଘଣ୍ଟା ଭିତରେ ଷ୍ଟାଣ୍ଡରେ ଥିବା ଦୁଇଟି ବସରେ ବିସ୍ଫୋରଣ ଘଟିବାରୁ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣ।।ରେ କାହାରି ମୃତାହତ ହୋଇଥିବା ଖବର ନଥିବାବେଳେ ବସର କଣ୍ଡକ୍ଟର ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଜମ୍ମୁ ଓ କଶ୍ମୀର ପୁଲିସ ଓ ଅନ୍ୟ ନିରାପତ୍ତା ବଳ ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ, ବୁଧବାର ରାତି ପ୍ରାୟ ୧୦.୪୫ରେ ଦୋମୈଲ୍‌ ଛକ ନିକଟରେ ଠିଆ ହୋଇଥିବା ଗୋଟାଏ ଯାତ୍ରୀବାହୀ ବସ୍‌ରେ ରହସ୍ୟମୟ ବିସ୍ଫୋରଣ ଘଟିବାରୁ ୨ଜଣ ବ୍ୟକ୍ତି ଆହତ ହୋଇଥିଲେ। ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଦ୍ୱୟ ହେଉଛନ୍ତି ବସ୍‌ର କଣ୍ଡକ୍ଟର୍‌ ୨୭ ବର୍ଷିୟ ସୁନୀଲ ସିଂହ ଓ ତାଙ୍କ ୪୦ ବର୍ଷିୟ ବନ୍ଧୁ ବିଜୟ କୁମାର। ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣି ପୁଲିସ ଓ ସ୍ଥାନୀୟ ବାସିନ୍ଦାମାନେ ଘଟଣାସ୍ଥଳକୁ ଧାଇଁ ଯାଇ ଆହତ ବ୍ୟକ୍ତିଦ୍ୱୟଙ୍କୁ ଉଧାମପୁର ଜିଲ୍ଲା ହସ୍ପିଟାଲ୍‌କୁ ପଠାଇଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।

ଆହତ କଣ୍ଡକ୍ଟରଙ୍କ କହିବା ମୁତାବକ, ସନ୍ଧ୍ୟା ପ୍ରାୟ ୭.୩୦ରେ ୨ଜଣ ଅଚିହ୍ନା ବ୍ୟକ୍ତି ଆସି ବସ୍‌ ଛାତରେ ଗଦି ଏବଂ ଆଉ ଦୁଇଟି ଜିନିଷ ରଖିବାକୁ ଅନୁମତି ମାଗି କହିଲେ କି, ଆଗାମୀକାଲି ସକାଳେ ଏ ଜିନିଷ ରାମନଗର ଯିବ। ବସ୍‌ରେ ଜିନିଷପତ୍ର ଲଦି ଦେଇ ଦୁହେଁ ଘଟଣାସ୍ଥଳରୁ ଚାଲିଯିବାର ପ୍ରାୟ ୩ ଘଣ୍ଟା ପରେ ବିସ୍ଫୋରଣ ଘଟିଲା। ଉପରୋକ୍ତ ବିସ୍ଫୋରଣସ୍ଥଳଠାରୁ ମାତ୍ର ୪ କିଲୋମିଟର୍‌ ଦୂରରେ ଦ୍ୱିତୀୟ ବିସ୍ଫୋରଣ ଘଟିଛି।