ନରସିଂହପୁରରେ ପୁଣି ହାତୀ ଉପରକୁ ଗୁଳିମାଡ଼ : ଗୁଳିବିଦ୍ଧ ଅବସ୍ଥାରେ ବୁୁଲୁଛି ଦନ୍ତାହାତୀ; ଘଟଣାସ୍ଥଳରେ ପହଞ୍ଚିଲା ବନବିଭାଗ

95

କନକ ବ୍ୟୁରୋ : ପୁଣି ଏକ ହାତୀକୁ ଗୁଳିମାଡ଼ । ନରସିଂହପୁର ବନାଞ୍ଚଳରେ ଏକ ଦନ୍ତା ହାତୀକୁ ଗୁଳିମାଡ଼ ହୋଇଛି । ହାତୀ ଦେହରେ ଦୁଇଟି ଗୁଳି ବାଜିଥିବାର ସୂଚନା ମିଳିଛି । ଗୁଳିବିଦ୍ଧ ଅବସ୍ଥାରେ ହାତୀଟି ବୁଲୁଛି । ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ଲୋକ ହାତୀକୁ ଦେଖିଥିଲେ । ଏହାପରେ ଖବର ପାଇ ବନ ବିଭାଗ ସେଠାରେ ପହଞ୍ଚିଛି । କିଛି ଦିନ ତଳେ ବାରସିଂହା ଜଙ୍ଗଲରେ ଏକ ଦନ୍ତାହାତୀକୁ ଗୁଳିମାଡ଼ ହୋଇଥିଲା । ଶୀକାରୀମାନେ ଦନ୍ତାହାତୀକୁ ୬ଟି ଗୁଳିମାଡ଼ କରିଥିଲେ । ଗୁଳିବିଦ୍ଧ ଅବସ୍ଥାରେ ବୁଲିବା ପରେ ହାତୀର ମୃତ୍ୟୁ ହୋଇଯାଇଥିଲା ।