ସ୍ୱାମୀ ସହ ଝଗଡାର ଭୟଙ୍କର ପରିଣତି । ୬ ପିଲାଙ୍କୁ କୂଅରେ ପକାଇ ମାରିଦେଲା ମା’

373

କନକ ବ୍ୟୁରୋ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଘଟିଛି ଛାତି ଥରେଇଦେବା ଭଳି ଘଟଣା । ସ୍ୱାମୀ ସହ କଳି ହେଲା ବୋଲି କଂସେଇ ସାଜିଲା ମା’ । ଏକ ପରିତ୍ୟକ୍ତ କୂଅରେ ନିଜର ୬ ପିଲାଙ୍କୁ ପକାଇ ହତ୍ୟା କରିଥିବା ଘଟଣା ସ୍ଥନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ରାୟଗଡ ଜିଲ୍ଲା ମହାଡ ଅଞ୍ଚଳର ଡଲକାଠିରେ ସହାନୀ ନାମକ ମହିଳା ଜଣକ କୌଣସି କଥାକୁ ନେଇ ନିଜ ସ୍ୱାମୀଙ୍କ ସହିତ ଝଗଡା କରିଥିଲେ । ଝଗଡା ଯୋଗୁଁ ମହିଳା ଜଣକ ରାଗିଯାଇଥିଲେ । ଏହାପରେ ସେ ନିଜର ୬ପିଲାଙ୍କୁ କୂଅରେ ଫୋପାଡିଦେବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ହେଲେ ଭାଗ୍ୟବସତଃ ମହିଳା ଜଣକ ଗାଁ ଲୋକଙ୍କ ଯୋଗୁଁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବାବେଳେ ୬ଜଣଯାକ ସନ୍ତାନଙ୍କର ମୃତ୍ୟୁ ହୋିଛି । ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କୂଅ ଭିତରୁ ୬ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ସ୍ଥାନୀୟ ବିଧାୟକ ଭରତ ଗୋଗାୱଲେ ଘଟଣାସ୍ଥଳକୁ ଯାଇ ଘଟଣାର ଛାନବିନ୍ କରି ପ୍ରକୃତ ସତ୍ୟ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପରେ ସେହି ଇଲକାରେ ଶୋକର ଛାୟା ଖେଳିଯାଇଛି ।