ରାଜନୀତିରେ ଏଣ୍ଟ୍ରି କରିବେ କି ଅକ୍ଷୟ କୁମାର? ଭାରତୀୟ ନାଗରିକତା ମିଳିବା ପରେ ବଢିଲା ଚର୍ଚ୍ଚା । ପଢନ୍ତୁ, କଣ ଉତ୍ତର ରଖିଲେ ଖିଲାଡୀ ଷ୍ଟାର…

260

କନକ ବ୍ୟୁରୋ: ରାଜନୀତିରେ ଏଣ୍ଟ୍ରି କରିବେ କି ଅକ୍ଷୟ କୁମାର? ଲଢିବେ କି ୨୦୨୪ ଲୋକସଭା ନିର୍ବାଚନ? ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଆଜି ସ୍ୱାଧୀନତା ଦିବସରେ ଭାରତୀୟ ନାଗରିକତା ମିଳିବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ଆଲୋଚନା ହେଉଛି ଯେ, ଆସନ୍ତା ଲୋକସଭା ନିର୍ବାଚନରେ ଅକ୍ଷୟ କୁମାର ରାଜନୀତିକୁ ଏଣ୍ଟ୍ରି ମାରିବା ସହିତ ଲୋକସଭା ନିର୍ବାଚନ ଲଢିପାରନ୍ତି । ହେଲେ ଏହି ସବୁ ଚର୍ଚ୍ଚା ଆଲୋଚନା ଭିତରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ନିଜେ ଅକ୍ଷୟ କୁମାର ।

ଜାତୀୟ ଗଣମାଧ୍ୟମକୁ ଅକ୍ଷୟ ଦେଇଥିବା ପ୍ରତିକ୍ରିୟା ମୁତାବକ, ସେ ରାଜନୀତିରେ ପ୍ରବେଶ କରିବାର କୌଣସି ଇଚ୍ଛା ରଖିନାହାଁନ୍ତି । ତେବେ ସେ ଏପରି କିଛି ଫିଲ୍ମ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି, ଯାହାକି ଦେଶ ପାଇଁ ଭଲ ନାଗରିକ ସୃଷ୍ଟି କରିବ । ତେବେ ଏଥିସହିତ ଅକ୍ଷୟ ଆହୁରି ମଧ୍ୟ କହିଛନ୍ତି ଯେ, ସେ ରାଜନୀତିରେ ଏଣ୍ଟ୍ରି କରିବାକୁ ଇଚ୍ଛୁକ ନୁହଁ, ସେ ଫିଲ୍ମ ତିଆରି କରି ଖୁସି ଅଛନ୍ତି ବୋଲି ଅକ୍ଷୟ କୁମାର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅକ୍ଷୟ କୁମାରଙ୍କ ପାଖରେ ପୂର୍ବରୁ କାନାଡାର ନାଗରିକତା ରହିଥିଲା । ହେଲେ ଆଜି ତାଙ୍କୁ ଭାରତୀୟ ନାଗରିକତା ମିଳିଛି । ଏହା ପୂର୍ବରୁ ଅକ୍ଷୟ କୁମାରଙ୍କ ଶଶ୍ୱର ରାଜେଶ ଖାନ୍ନା ଜଣେ କଂଗ୍ରେସ ସାଂସଦ ରହିସାରିଛନ୍ତି । ୧୯୯୧ ମସିହାରେ ସେ ଶ୍ରତୁଘ୍ନ ସିହ୍ନାଙ୍କୁ ହରେଇ ଲୋକସଭାରେ ପ୍ରବେଶ କରିଥିଲେ ।