ମମତା ବାନାର୍ଜୀଙ୍କ ଫିଟନେସ୍ ଟିପ୍ସ । କର୍ମୀଙ୍କୁ ତାଙ୍କ ଓଜନ ଏବଂ ସ୍ୱାସ୍ଥ୍ୟକୁ ନେଇ କଥା ହେଉଥିବାର ଭିଡିଓ ଭାଇରାଲ

102

କନକ ବ୍ୟୁରୋ : ମମତାଙ୍କ ଫିଟନେସ୍ ମନ୍ତ୍ର । ନିଜ ଦଳର ଜଣେ କର୍ମୀଙ୍କୁ ଦିଦି ଫିଟନେସ୍ ଟିପ୍ସ ଦେଉଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଦଳର ଜଣେ କର୍ମୀଙ୍କୁ ତାଙ୍କ ଓଜନ ଏବଂ ସ୍ୱାସ୍ଥ୍ୟକୁ ନେଇ କଥା ହେଉଥିବାର ନଜର ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ମଜାଳିଆ ଅନ୍ଦାଜରେ ତାଙ୍କ ପେଟକୁ ନେଇ କଟାକ୍ଷ କରିଛନ୍ତି ଦିଦି । ପଚାରୁଛନ୍ତି ଯେ, ଆପଣଙ୍କର ଏତେ ବଡ଼ ମଧ୍ୟପ୍ରଦେଶ କିପରି ହୋଇପାରିଲା । ଏପରିକି ୧ ହଜାର ଥର କପାଳଭାତି ବ୍ୟାୟାମ କରି ଦେଖାଇଲେ ୧୦ ହଜାର ଟଙ୍କା ଦେବେ ବୋଲି କହୁଛନ୍ତି ମମତା । ଦିଦିଙ୍କ ଏଭଳି କଥାରେ ଉପସ୍ଥିତ ଥିବା ଅନ୍ୟ କର୍ମୀମାନେ ହସୁଥିବାର ନଜର ଆସିଛନ୍ତି ।