ଧର୍ମଶାଳା ବଲେ ବଲେ ଢାବାରେ ଚାଲୁଥିଲା କଣ? ଲୋକଙ୍କ ଅଭିଯୋଗ ଆସୁଥିଲେ ଆଗ ଧାଡିର ହିରୋଇନ୍ ।

711

କନକ ବ୍ୟୁରୋ: ଧର୍ମଶାଳା ବଲେ ବଲେ ଢାବାରେ ଚାଲିଥିଲା କଣ ? ସ୍ଥାନୀୟ ଲୋକଙ୍କ ଅଭିଯୋଗ ଲଜକୁ ଆସୁଥିଲେ ଆଗଧାଡିର ଅଭିନେତ୍ରୀ । ବହୁ ସେଲିବ୍ରିଟି ମଧ୍ୟ ଲଜକୁ ଆସୁଥିବା ଅଭିଯୋଗ କରିଛନ୍ତି । ଧର୍ମଶାଳା ଭବନରେ ଥିବା ବଲେ ବଲେ ଢାବା ଓ ଲଜକୁ ସିଲ କରିବା ନିର୍ଦ୍ଦେଶ ପରେ ଏଭଳି ଅଭିଯୋଗ ସବୁ ସାମ୍ନାକୁ ଆସିଛି । ବିଜେଡିର ବଡ ପଣ୍ଡା ପ୍ରଣବ ବଳବନ୍ତରାୟଙ୍କ ବିରୋଧରେ ପ୍ରଥମ କାର୍ଯ୍ୟାନୁଷ୍ଠାନ । ବିଧାୟକଙ୍କ ନିର୍ଦ୍ଦେଶ ପରେ ଗତକାଲି ଢାବା ସିଲ କରିବାକୁ ଲଟକା ଲଗାଇଥିଲା ବ୍ଲକ ପ୍ରଶାସନ । ଆଜି କର୍ମଚାରୀ ଲଜ୍ ଖାଲି କରୁଥିବାର ଦେଖିବାକୁ ମିଳୁଛି । ଅଭିଯୋଗ ଅନୁସାରେ ବିଧାୟକ ଓ ସାଂସଦ ପାଣ୍ଠିରେ ଢାବାକୁ ଆଧୁନିକ ଶୈଳୀରେ ସଜା ହୋଇଥିଲା । ବିବାହ, ବ୍ରତ ପାଇଁ କୋଟି କୋଟି ଟଙ୍କା ଆଦାୟ କରାଯାଉଥିଲା । ବିନା କାଗଜପତ୍ରରେ ପୂର୍ବତନ ବିଧାୟକଙ୍କ ସହଯୋଗୀଙ୍କୁ ଢାବା ଖୋଲିବା ପାଇଁ ଦିଆଯାଇଥିଲା ଲିଜ । ଏବେ ଢାବା ସିଲ ନିର୍ଦ୍ଦେଶ ପରେ ଲଜକୁ ନେଇ ଗୁମର ଫିଟିବାରେ ଲାଗିଛି ।