ଭୁବନେଶ୍ୱର SFSLରେ ପ୍ରୀତିମାନ ଓ ମାନସ ଟୁଡୁ : ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ହେଉଛି ଲାଏ ଡିଟେକ୍ସନ୍ ଟେଷ୍ଟ

145

କନକ ବ୍ୟୁରୋ : ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ହେଉଛି ଲାଏ ଡିଟେକ୍ସନ ଟେଷ୍ଟ । ପ୍ରୀତିମାନଙ୍କ ସହ ମାନସ ଟୁଡୁଙ୍କର ମଧ୍ୟ ମିଛଧରା ପରୀକ୍ଷା କରାଯାଉଛି । ଭୁବନେଶ୍ୱର ଏସଏଫଏସଏଲରେ ପହଞ୍ଚିବା ପରେ ଦୁହିଁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଉଛି । ପରୀକ୍ଷା ପାଇଁ ସମ୍ବଲପୁର ପୋଲିସର ଏକ ଟିମ୍ ୨ ଜଣଙ୍କୁ ଭୁବନେଶ୍ୱର ଆଣିଥିଲେ । ସେହିପରି ଅଧିକ ତଦନ୍ତ ପାଇଁ ପୋଲିସର ଆଉ ଦୁଇଟି ଟିମ୍ ବଲାଙ୍ଗୀର ଓ ସୋନପୁର ଯିବ ବୋଲି ଜଣାପଡ଼ିଛି ।

ଏହା ସହ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ପିନ୍ଧିଥିବା ପୋଷାକକୁ ପରୀକ୍ଷା ପାଇଁ ପଠାଇବ ପୋଲିସ । ଏହାରି ଭିତରେ ଚିନ୍ମୟୀଙ୍କ ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ବି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେପଟେ ଚିନ୍ମୟୀଙ୍କ ମୃତ୍ୟୁର ତଦନ୍ତ କରୁଥିବା ଟିମ୍ ଭୁବନେଶ୍ୱର ସ୍ଥିତ ତାଙ୍କ ଭଡ଼ାଘରେ ଛାନଭିନ୍ କରିଛି । ଘରୁ ତଦନ୍ତକାରୀ ଟିମକୁ ଏକ ଲାପଟପ୍ ଓ ପେନଡ୍ରାଇଭ୍ ଜବତ କରିଛି । ଏହା ସହ ଏକ ଡାଏରୀ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି ।

ଡାଏରୀରେ ଥିବା ହସ୍ତାକ୍ଷର ଚିନ୍ମୟୀଙ୍କର ନା ନୁହେଁ, ସେଥିପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯାଇପାରେ । ଏହି ଡାଏରୀରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ସମ୍ଭାବନା ରହିଛି । ଡାଏରୀରୁ ମୃତ୍ୟୁର ରହସ୍ୟ ଫିଟିବା ନେଇ ପୋଲିସ ଆଶା ରଖିଛି ପୋଲିସ । ଏସବୁ ଭିତରେ ଘଟଣାରେ ପ୍ରୀତିମାନଙ୍କ ଭୂମିକାକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।