ଟୋୟୋଟା କିର୍ଲୋସ୍କାର ଭାଇସ୍-ଚେୟାରମ୍ୟାନ୍ ବିକ୍ରମ୍ କିର୍ଲୋସ୍କାରଙ୍କ ହୃଦଘାତରେ ପରଲୋକ । ଆଜି ଶେଷକୃତ୍ୟ

89

କନକ ବ୍ୟୁରୋ: ଟୋୟୋଟା କିର୍ଲୋସ୍କାର ମୋଟରର ଉପାଧ୍ୟକ୍ଷ ବିକ୍ରମ କିର୍ଲୋସ୍କାରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ଆଜି ଦ୍ୱିପହରରେ ବେଙ୍ଗାଲୁରୁ ସ୍ଥିତ ହେବ୍ୱଲ ଶ୍ମଶାନରେ କରାଯିବାର ସୂଚନା ରହିଛି ।

ମାସାଚ୍ୟୁସଟେ୍‌ସ୍‌ରୁ ‘ମେକାନିକାଲ୍‌ ଇଞ୍ଜିନିୟରିଙ୍ଗ୍‌’ରେ ସ୍ନାତକ ହାସଲ କରିଥିବା ସ୍ବର୍ଗତ ବିକ୍ରମ୍‌ କିର୍ଲୋସ୍କର୍‌ଙ୍କର ପତ୍ନୀ ଗୀତାଞ୍ଜଳି ଓ କନ୍ୟା ମାନସୀ ଅଛନ୍ତି। ବିଗତ ବର୍ଷଗୁଡ଼ିକରେ ‘ସିଆଇଆଇ’, ‘ଏସ୍‌ଆଇଏମ୍‌’ ଏବଂ ‘ଏଆର୍‌ଏଆଇ’ରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ଥିବା ବିକ୍ରମ୍‌ କିର୍ଲୋସ୍କର୍‌ ଥିଲେ ‘କିର୍ଲୋସ୍କର୍‌ ଗ୍ରୁପ୍‌’ର ଚତୁର୍ଥ ପିଢ଼ିର ମୁଖ୍ୟ। ୨୦୨୨ ନଭେମ୍ବର ୨୫ ତାରିଖ ଦିନ ସେ ମୁମ୍ବାଇରେ ‘ଟୋୟୋଟା ଇନୋଭା ହାଇକ୍ରସ୍‌’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।