ଉପରାଷ୍ଟ୍ରପତି ନିର୍ବାଚନ : ବିଜେପି ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ବିରୋଧରେ ଲଢିବେ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା
କନକ ବ୍ୟୁରୋ : ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି ମିଳିତ ବିରୋଧୀ ଦଳ । ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ଟକ୍କର ଦେବେ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା । ଦିଲ୍ଲୀରେ ଗତକାଲି ବିରୋଧୀ ଦଳଙ୍କ ବୈଠକ ପରେ ପ୍ରାର୍ଥୀ ଘୋଷଣା କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ସେ ମିଳିତ ବିରୋଧୀ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନିଷ୍ପତ୍ତି କରିଛନ୍ତି ୧୭ଟି ବିରୋଧୀ ଦଳ । ଦୀର୍ଘଦିନ ଧରି କଂଗ୍ରେସ ରାଜନୀତି ସହ ଜଡିର ମାର୍ଗାରେଟ ଆଲଭା । ୨୦୧୨ରେ ତାଙ୍କୁ ରାଜସ୍ଥାନ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା । ଏହା ପୂର୍ବରୁ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବେ ମଧ୍ୟ ସେ କାମ କରିଛନ୍ତି । ୨୦୦୮ରେ କର୍ଣ୍ଣାଟକରେ କଂଗ୍ରେସ ଟକେଟ ବିକ୍ରି ହେଉଥିବା ଅଭିଯୋଗ କରି ବେଶ ବିବାଦକୁ ଆସିଥିଲେ । ୧୯୭୪ରେ ସେ ପ୍ରଥମେ କଂଗ୍ରେସ ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
୧୯୯୨ ପର୍ଯ୍ୟନ୍ତ ବାରମ୍ବାର ରାଜ୍ୟସଭା ସଦସ୍ୟ ରହିଥିବାବେଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଧ୍ୟ ସାମିଲ ହୋଇଥିଲେ । ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସହ ଯୁବ ବ୍ୟାପାର ଓ କ୍ରୀଡା, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ୧୯୯୯ରେ ଉତର କାନାଡା ଆସନରୁ ଜିତି ଲୋକସଭାକୁ ଯାଇଥିଲେ । ହେଲେ ୨୦୦୪ରେ ପରାଜିତ ହେଲେ । ୨୦୦୪ରୁ ୦୯ ଯାଏଁ ଏଆଇସିସି ସାଧାରଣ ସଂପାଦକ ଭାବେ କାମ କରିଛନ୍ତି ମାର୍ଗାରେଟ ଆଲଭା ।