ପରିବା ଦରରେ ଲାଗୁନି ଲଗାମ । ବିଭିନ୍ନ ସ୍ଥାନରେ ୧୦୦ ଟଙ୍କା ଉପରେ ପରିବା । ।

229

କନକ ବ୍ୟୁରୋ: ବରଗଡ଼ରେ ପରିବା ଦର ଆକାଶଛୁଆଁ । ଟମାଟୋ କିଲୋ ୧୦୦, ପୋଟଳ, ବାଇଗଣ, ବିନ୍ସ, ଝୁଡଙ୍ଗ, କାକୁଡି ଆଦିି ପରିବା ଦର ୮୦ ଟଙ୍କା ଉପରେ ରହିଛି । ବନ୍ଧାକୋବି, ଫୁଲକୋବି ଦର ବି ୭୦ରୁ ୮୦ ଟଙ୍କା ରହିଛି । ଟମାଟୋ କିଲୋ ୯୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଦର ୧୦୦ ଟପିବ ବୋଲି ଆଶଙ୍କା କରାଯାଉଛି । ପରିବା ଦର ଏତେ ବଢିଯାଇଛି ଯେ ଲୋକେ ଦର ଶୁଣି ଛାନିଆ ହୋଇଯ୍ଧମକ୍ତନ୍ତି । ୫୦୦ ଟଙ୍କା ନେଇ ଗଲେ ମଧ୍ୟ ପରିବା ବ୍ୟାଗ ଫୁଲ ହେଉନାହିଁ । ଯାହାକୁ ନେଇ ଖାଉଟି ଚିନ୍ତାରେ ପଡିଛନ୍ତି ।