ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । ଜଗତସିଂହପୁର ବିଭିନ୍ନ ଚିକିତ୍ସାଳୟରେ ନାହାନ୍ତି ଆବଶ୍ୟକ ଡାକ୍ତର କି କର୍ମଚାରୀ

48

କନକ ବ୍ୟୁରୋ: ନାହିଁ ନାହିଁରେ ଚାଲିଛି ଜଗତସିଂହପୁର ସ୍ୱାସ୍ଥ୍ୟ ସେବା। ସ୍ୱାସ୍ଥ୍ୟକେନ୍ଦ୍ରଠୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସବୁ କିଛି ଚକାଚକ ଥିବାବେଳେ ଡାକ୍ତର ଅଭାବ ସାଙ୍ଗକୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଘୋର ଅଭାବ ସ୍ବାସ୍ଥ୍ୟସେବାକୁ ବିପର୍ଯ୍ୟସ୍ତ କରି ପକାଇଛି। ଫଳରେ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି।

ଡାକ୍ତର ଅଭାବରୁ ମିଳୁନି ଚିକତ୍ସା । ଚିକିତ୍ସା ନପାଇ ନିରାଶ ହୋଇ ଫେରୁଛନ୍ତି ରୋଗୀ । ଜଗତସିଂହପୁର ଜିଳ୍ଲାରେ ଡାକ୍ତର ମରୁଡି । ସ୍ବାସ୍ଥ୍ୟକେନ୍ଦ୍ର ବେଶ ଚକାଚକ ଥିବା ବେଳେ ସମସ୍ତ ସରଞ୍ଜାମ ବି ରହିଛି । ହେଲେ ଡାକ୍ତରଖାନା ଭିତରେ ଡାକ୍ତର ଅଭାବ ସାଙ୍ଗକୁ ନାହାନ୍ତି ଆବଶ୍ୟକ କର୍ମଚାରୀ । ଯାହାଫଳରେ ରୋଗୀ ମାନେ ସଠିକ୍ ଭାବେ ଚିକିତ୍ସା ନପାଇ ଫେରୁଛନ୍ତି ।

ଜିଲ୍ଲାରେ ମୋଟ ୯ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୩୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ହେଲେ ଆବଶ୍ୟକ ଡାକ୍ତର କି କର୍ମଚାରୀ ନାହାନ୍ତି । ଏବେ ବି ଅନେକ ପଦ ପବଦୀ ଖାଲି ପଡିଛି । ଜିଲ୍ଲାର ମୋଟ ଡାକ୍ତର ପଦବୀ ୩୮୫ଟି ଥିବା ବେଳେ ୨୨୮ ପଦବୀ ଖାଲି ପଡିଛି । ସେହିଭଳି ନର୍ସିଂ ଅଫିସରରୁ ନେଇ ଫାର୍ମାସିଷ୍ଟ ପଦବୀ ମଧ୍ୟ ଖାଲି ପଡିଛି । ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଚିକତ୍ସା ନପା ବହବୁ ଅସୁବିଧା ଭୋଗୁଥିବା ବେଳେ ଏନେଇ ବହୁବାର ଜଣାଇଛନ୍ତି । ହେଲେ କୌଣସି ସମସ୍ୟାର ସମାଧାନ ହୋଇପାରୁନି ।

ପ୍ରତିଥର ଚିକିତ୍ସା ନପାଇ ରୋଗୀ ଫେରୁଛନ୍ତି । ପ୍ରତିଥର ଅଭିଯୋଗ ବି ହେଉଛି । ହେଲେ ଏବେ ବି ରୋଗୀ ନିରାଶ ହେଉଛନ୍ତି । ଏବେ ବି ରୋଗୀଙ୍କୁ ସଠିକ୍ ଭାବେ ଚିକିତ୍ସା ମିଳିପାରୁନି । ସେପଟେ ଡାକ୍ତର କର୍ମଚାରୀ ନିଯୁକ୍ତ ହେଉନଥିବାରୁ ଏହିଭଳି ସମସ୍ୟା ଦେଖିବାକୁ ମିଳୁଛି ବୋଲି କହିଛନ୍ତି ଜିଳ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ତେବେ ରୋଗୀଙ୍କ ସମସ୍ୟାକୁ ଆଖିରେ ରଖି ଖୁବଶୀଘ୍ର ମେଡିକାଲ ଗୁଡିକରେ ଡାକ୍ତର ଓ ଅନ୍ୟ ପଦ ପଦବୀ ଗୁଡିକ ଖୁବଶୀଘ୍ର ପୂରଣ କରାଯିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକମାନେ ।