ୟୁପିଏସସି ପରୀକ୍ଷାରେ ଓଡ଼ିଆଙ୍କ କମୁଛି ସଫଳତା : ୨୦୧୭ରୁ ୨୦୨୧ ମଧ୍ୟରେ ମାତ୍ର ୨୭ ଜଣ ଓଡ଼ିଆ ଆଇଏଏସଙ୍କୁ ନିଯୁକ୍ତି

ମନ୍ତ୍ରୀ କହିଲେ, ଶିକ୍ଷାର୍ଥୀ ଲକ୍ଷ୍ୟ ଦେଖିବାକୁ ପଡ଼ିବ, ପିଲା ଭଲ କରିବା ପାଇଁ ଉଦ୍ୟମ ହେଉଛି

141

କନକ ବ୍ୟୁରୋ : ୟୁପିଏସସି ପରୀକ୍ଷାରେ ଓଡିଆଙ୍କ ସଫଳତା କମୁଛି । ଗତ ୫ ବର୍ଷର ସିଭିଲ ସର୍ଭିସ ପରୀକ୍ଷାଫଳ ଏବଂ ରାଜ୍ୟ ପ୍ରଶାସନିକ ସେବାରେ ଓଡିଆ ଆଇଏଏସ ଅଫିସରଙ୍କ ଉପସ୍ଥାନକୁ ମିଳାଇ ଦେଖିଲେ ଅତି ଭୟାନକ ଚିତ୍ର ସାମ୍ନାକୁ ଆସୁଛି , ଯାହା ଶିକ୍ଷାବିତଙ୍କ ଚିନ୍ତାକୁ ବଢାଇଦେଇଛି । ୨୦୧୭ରୁ ୨୦୨୧ ମଧ୍ୟରେ କେନ୍ଦ୍ର ସରକାର ଓଡିଆ କ୍ୟାଡରରେ ମାତ୍ର ୨୭ ଜଣ ଆଇଏଏସ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି । ଏମାନଙ୍କ ମଧ୍ୟରେ ୮ ଜଣ ହେଉଛନ୍ତି ଓଡିଆ ।

ଏହି ବର୍ଷଗୁଡିକରେ ଅନେକ ଓଡିଆ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ବି ସେମାନଙ୍କ ରାଙ୍କ ଆଖିଦୃଶିଆ ନୁହେଁ । ୧୯୮୫ ମସିହା ଯାଏଁ ରାଜ୍ୟରେ ଯେତିକି ଆଇଏଏସ ପଦବୀ ପ୍ରତିବର୍ଷ ଖାଲି ହେଉଥିଲା , ସେଥିରୁ ୫୦ ପ୍ରତିଶତ ଅନ୍ୟ ରାଜ୍ୟରୁ ଆଇଏଏସ ଅଫିସର ନିଯୁକ୍ତି ପାଇଥିଲେ । ଏହା ପରଠାରୁ ଏହି ସଂଖ୍ୟାକୁ ଯଥାକ୍ରମେ ଏକ ତୃତୀୟାଂଶ ଓ ଦୁଇ ତୃତୀୟାଂଶ କରାଯାଇଛିା ହେଲେ ୨୦୨୧ ତଥ୍ୟକୁ ଦେଖିଲେ ଏକ ତୃତୀୟାଂଶ ସ୍ଥାନ ଦଖଲ ପାଇଁ ମଧ୍ୟ ପରୀକ୍ଷାର୍ଥୀ ସଫଳ ହୋଇପାରୁନାହାନ୍ତି ।

ଆଇଏଏସ ଅଫିସର ସୃଷ୍ଟି ଲାଗି ୮ଟି ବିଶ୍ୱବିଦ୍ୟାଳୟରେ ସିଭିଲ ସର୍ଭିସ କୋଚିଂ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏଥିପାଇଁ ଟଙ୍କା ବି ଖର୍ଚ୍ଚ ହୋଇଥିଲା । ହେଲେ ଏହା କଣ ହେଲା ତାହା କାହାକୁ ଜଣାନାହିଁ । ସେପଟେ ୟୁପିଏସସିରେ ଓଡିଶାଙ୍କ ପ୍ରଦର୍ଶ ନେଇ ମନ୍ତ୍ରୀ କହିଛନ୍ତି, ପଢାକ୍ଷେତ୍ରରେ ଭଲ ପଢା ପାଇଁ ଉଦ୍ୟମ କରାଯାଉଛି ।