ବାପାଙ୍କ ପାଇଁ ବନ୍ଧା ହେଉଥିଲା କୋକେଇ, ଗଛ ପଡ଼ି ଚାଲିଗଲା ପୁଅର ଜୀବନ । କେଇ ଘଣ୍ଟା ବ୍ୟବଧାନରେ ଗଲା ବାପ, ପୁଅଙ୍କ ଜୀବନ ।

1,159

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ! ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଛି, ଏପଟେ ଚାଲିଗଲା ଯବାନ ପୁଅର ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ବୋରିଗୁମା ବ୍ଲକ କାମତା ଗାଁରେ ।

ସୂଚନା ମୁତାବକ, ଏହି ଗାଁର ଲକ୍ଷ୍ମଣ ମଣ୍ଡଳଙ୍କର ଗତକାଲି ମୃତ୍ୟୁ ହୋଇଥିଲା । । ଅନ୍ତିମ ସଂସ୍କାର ପାଇଁ ଲକ୍ଷ୍ମଣଙ୍କୁ ନିଜ ଗାଁ କାମତାକୁୁ ନିଆଯାଇଥିଲା। ଗାଁରେ ଅନ୍ତିମ ସଂସ୍କାର ପାଇଁ କାମ ଚାଲି ଥିବା ବେଳେ ଘର ପଛପଟେ ପୁଅ ବେଣୁଧର ଛିଡା ହୋଇଥିଲେ। ଠିକ୍ ସେଇ ସମୟରେ ଲଗାଣ ବର୍ଷାରେ ବାଡି ପଛପଟେ ଥିବା ଏକ ବଡ ଗଚ ହଠାତ୍ ତାଙ୍କ ଉପରେ ଭାଙ୍ଗିପଡିଥିଲା । ଫଳରେ ବେଣୁଧର ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବୋରିଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଇ ଘଣ୍ଟା ମଧ୍ୟରେ ପୁରା ପରିବାର ଉଜୁଡିଯାଇଥିଲା । ଏଭଳି ଏକ ଅଭାବନୀୟ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।