ପୁଷ ପୁନେଇରେ ଆଦିବାସୀ କଳାକାରଙ୍କ ନିଆରା କଳାକୃତି: ଜୟପୁର ଭଗବତି ମନ୍ଦିରଠାରୁ ଦଶହରା ପଡିଆ ପର୍ଯ୍ୟନ୍ତ କଳା ପ୍ରଦର୍ଶନ କଲେ କଳାକାର

45

କନକ ବ୍ୟୁରୋ: ନିଆରା ଉପାୟରେ ପୁଷ ପୂର୍ଣ୍ଣିମା ପାଳିଲେ ଆଦିବାସୀ କଳାକାର । କୋରାପୁଟ ଜିଲ୍ଲା ଜୟପୁର ସହରର ଭଗବତି ମନ୍ଦିର ଠାରୁ ଦଶହରା ପଡିଆ ପର୍ଯ୍ୟନ୍ତ ପୁଷ ପୂର୍ଣ୍ଣିମା ପାଳିଲେ କଳାକାର । ଦିନକୁ ଦିନ ଆଦିବାସୀ କଳା ଲୋପ ପାଇଯାଉଥିବା ବେଳେ ଏହାକୁ ପୂନର୍ଜିବିତ କରିବା ପାଇଁ ଏଭଳି ଏକ ପ୍ରୟାସ କରାଯାଇଛି । ଦଶଦିନ ପର୍ଯ୍ୟନ୍ତ ବିଭିନ୍ନ ଥିମରେ ଏହି କଳା ପ୍ରଦର୍ଶନ କରିବେ କଳାକାର । ଏହି କଳାକାରଙ୍କ ମଧ୍ୟରେ ପେଷାରେ କିଏ ଶିକ୍ଷକ ତ ପୁଣି କିଏ ବ୍ୟବସାୟୀ । କିନ୍ତୁ ନିଶା ହେଉଛି ଆଦିବାସୀ ଲୋକକଳା ଓ ପରମ୍ପରାକୁ ଜୀବିତ ରଖିବା ।