ଯୋଶୀମଠ ପରି ଏସବୁ ଇଲାକାରେ ବି ଧସିବ ମାଟି । ଇସ୍ରୋ ଜାରି କଲା ତାଲିକା: ୧୦ ଜିଲ୍ଲାକୁ ବଡ ବିପଦ ।

151

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଯୋଶୀମଠରେ ଭୂସ୍ଖଳନ ଘଟଣା ପୁରୁଣା ନହେଉଣୁ ଆଉ ଏକ ବିପଦ ବାବଦରେ ସୂଚାଇଲାଣି ଇସ୍ରୋ । ଇସ୍ରୋ ଜାରି କରିଛି ଭୂସ୍ଖଳନ ଆଟଲାସ୍ । ଏହି ଡାଟାବେସ୍ ହିମାଳୟ ଓ ପଶ୍ଚିମ ଘାଟରେ ଭାରତର ୧୭ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ କରିଛନ୍ତି । ଇସ୍ରୋ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ଉତ୍ତରାଖଣ୍ଡର ୨ଟି ଜିଲ୍ଲା ୧୪୭ଟି ସମ୍ବେଦନଶୀଳ ଜିଲ୍ଲାଠାରୁ ସବୁଠାରେ ଆଗରେ ରହିଛି ।

ଇସ୍ରୋର ସର୍ଭେ ରିପୋର୍ଟ ମୁତାବକ, ରୁଦ୍ରପୟାଗ ଓ ଟିହରି ଗଡୱାଲ କେବଳ ଉତ୍ତରାଖଣ୍ଡରେ ନୁହେଁ ବରଂ ସମଗ୍ର ଭାରତ ବର୍ଷରେ ସବୁଠୁ ବିପଦପୂର୍ଣ୍ଣ ଜିଲ୍ଲା । ଏହି ସ୍ଥାନ ଗୁଡିକ ବାବା କେଦାରନାଥ ଓ ବଦ୍ରୀନାଥଙ୍କ ଚାରିଧାମକୁ ପ୍ରବେଶ ପଥ । ଏହାସହ ଦେଶର ଶୀର୍ଷ ୧୦ଟି ଜିଲ୍ଲା ଭୂସ୍ଖଳନ କ୍ଷେତ୍ରରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏମାନଙ୍କ ମଧ୍ୟରେ ସିକ୍କ୍ିମର ୨ଟି ଜିଲ୍ଲା ସହ ଜମ୍ମୁ-କାଶ୍ମୀରର ୨ଟି ଜିଲ୍ଲା ଓ କେରଳର ୪ଟି ଜିଲ୍ଲା ରହିଛନ୍ତି ।