ୟୁଜର୍ସଙ୍କୁ ଟ୍ୱିଟରର ଉପହାର । ଏଥର ଟ୍ୱିଟରେ ଭୁଲ ସୁଧାରି ପାରିବେ ତ୍ରୁଟି ।

77

କନକ ବ୍ୟୁରୋ: ଟ୍ୱିଟରରେ ରହିବ ଏଡିଟ୍ ବଟନ୍ । ଥରେ ଟ୍ୱିଟ୍ କରିଦେଲେ ଅଉ ତାକୁ ଏଡିଟ୍ କରିହେଉନଥିଲା । ଆବଶ୍ୟକ ପଡିଲେ ଟ୍ୱିଟକୁ ଡିଲିଟ କରିବେ ପଛେ ହେଲେ ସେଥିରେ ହୋଇଥିବା ତ୍ରୁଟିକୁ ସୁଧାରିବା ଅସମ୍ଭବ ଥିଲା । ହେଲେ ଏବେ ଆଉ ଏପରି କିଛି ସମସ୍ୟା ହେବନି । ଏଥର ୟୁଜର୍ସ ଚାହିଁଲେ ଟ୍ୱିଟରେ ହୋଇଥିବା ନିଜ ତ୍ରୁଟିକୁ ସୁଧାରି ପାରିବେ । ଏନେଇ ଚାଲିଛି ପରୀକ୍ଷାନୀରିକ୍ଷା । ଖୁବ ଶୀଘ୍ର ୟୁଜର୍ସମାନଙ୍କୁ ଏହି ସୁବିଧା ଉପଲବ୍ଧ କରାଇବ ଟ୍ୱିଟର ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ, ଆପଣ ଭୁଲଭାବରେ ଲେଖାଯାଇଥିବା ଆପଣଙ୍କ ଟ୍ୱିଟ୍ କୂ ଏଡିଟ୍ କରିବାକୁ ସମର୍ଥ ହେବେ। ପ୍ରାୟ ୧୫ ବର୍ଷ, ୯ ମାସ ଏବଂ ୨୨ ଦିନ ପରେ, ଟ୍ୱିଟର ଶେଷରେ ୟୁଜର୍ସଙ୍କ ଇଚ୍ଛା ପୂରଣ କରିବାକୁ ଯାଉଛି, ଯାହା ପ୍ରତ୍ୟେକ ଟ୍ୱିଟର ଉପଭୋକ୍ତାଙ୍କୁ ଖୁସି ଖବର ଦେଇଛି । ଯଦି ଆପଣ ଜଣେ ଟ୍ୱିଟର ୟୁଜର ତେବେ ଆପଣଙ୍କ ପାଇଁ ଆସୁଛି ଏଡିଟ୍ ବଟନ୍ । ଏଥର ୟୁଜରମାନେ ନିଜ ଟ୍ୱିଟରରେ ନିଜ ଭୁଲକୁ ସୁଧାରି ପାରିବେ । ଟ୍ୱିଟରରେ ଏଣିକି ଟାଇପିଙ୍ଗ ମିଷ୍ଟେକ୍ ହେଉ ବା ବ୍ୟାକରରଣଗତ ତ୍ରୁଟି ସବୁକିଛିକୁ ସହଜରେ ସୁଧାରି ହେବ ।

ତେବେ କେବେ ଓ କାହାପାଇଁ ଉପଲବ୍ଧ ହେବ ଏହି ଟ୍ୱିଟ୍ ଏଡିଟ୍ ବଟନ୍? କ’ଣ ରହିଛି ଏହାର ପୁରା ପ୍ରକ୍ରିୟା? ଟ୍ୱିଟର ବ୍ଲଗ୍ ପୋଷ୍ଟ ମୁତାବକ, ଏହି ଟ୍ୱିଟ୍ ଏଡିଟ୍ ଫିଚରରେ ୟୁଜରକୁ ନିଜ ଟ୍ୱିଟ୍ ପୋଷ୍ଟ କରିବାର ୩୦ ମିନିଟ୍ ମଧ୍ୟରେ ଏହାକୁ ଏଡିଟ୍ କରିବାର ସୁଯୋଗ ମିଳିବ । ଏହା ପରେ ଏଡିଟ୍ ବଟନ୍ ଆଉ ଆସିବ ନାହିଁ । ଏଡିଟ୍ ହେବାପରେ ଏକ ଟ୍ୱିଟ୍ ଆଇକନ୍ ଭାବେ ଦେଖାଯିବ । । ଏହାଦ୍ୱାରା ଅନ୍ୟ ୟୁଜର୍ସମାନେ ଆପଣଙ୍କ ପ୍ରକୃତ ତଥା ପ୍ରଥମ ଟ୍ୱିଟକୁ ମଧ୍ୟ ଦେଖିପାରିବେ । ଏହାସହ ଅନ୍ୟମାନେ ଆପଣଙ୍କ ଟ୍ୱି୍ୱିଟର ଏଡିଟ୍ ହୋଇଥିବା ସମୟ ମଧ୍ୟ ଜାଣିପାରିବେ ।

ଟ୍ୱିଟରର କହିବା ମୁତାବକ, ଏବେ ଏହା ଟେଷ୍ଟିଙ୍ଗ ମୋଡରେ ଅଛି । ଏହାସହ ଏଡିଟ୍ ଫିଚର ଆସିଲେ ୟୁଜର ଏହାକୁ କିପରି ଅପବ୍ୟବହାର କରିପାରନ୍ତି ଏହା ଉପରେ ମଧ୍ୟ ସର୍ବେକ୍ଷଣ ଚାଲିଛି । ତେବେ ଏହି ଫିଚର ପ୍ରଥମ ପର୍ଯ୍ୟାୟରେ ବ୍ଲୁ ସବସ୍କ୍ରାଇବରଙ୍କୁ ମିଳିବ । ଏଡିଟ୍ ମୋଡ ପାଇଁ ୟୁଜର୍ସଙ୍କୁ ଅର୍ଥ ଦେବାକୁ ପଡିବ । ବ୍ଲୁ ସବସ୍କ୍ର୍ରାଇବର ବା ‘ଟ୍ୱିଟର ବ୍ଲୁ’ ହେଉଛନ୍ତି ପେଡ୍ ସର୍ଭିସ୍ ବର୍ଗର ଗ୍ରାହକ । ଏହି ସେବା ଏବେ କେବଳ ହାତଗଣତି ଦେଶରେ ଚାଲିଛି । ଏଥିପାଇଁ ପେଡ୍ ସବସ୍କ୍ରାଇବରଙ୍କ ଠାରୁ ମାସିକ ଅର୍ଥ ନେଇଥାଏ । ଏବେ ଏହି ‘ଏଡିଟ୍ ଟ୍ୱିଟ୍ ଫିଚର’ ଅମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ ଥିବାବେଳେ ଏଥିପାଇଁ ସେମାନଙ୍କୁ ମାସିକ ପାଖାପାଖି ୪୦୦ ଟଙ୍କା ଦେବାକୁ ପଡୁଛି ।

ବିଶ୍ୱରେ ଏବେ ୩୨ କୋଟିରୁ ଅଧିକ ଟ୍ବିଟର ୟୁଜର ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାାଂଶ ଏଡିଟ୍ ସୁବିଧା ପାଇଁ ଦାବି କରିଆସୁଛନ୍ତି ।