ଖେଲୋ ଇଣ୍ଡିଆ ପ୍ରତିଯୋଗୀତାରେ ଚମକିଲେ ଆଦିବାସୀ ଝିଅ: ଭାରତୋଳନ କରି ସୁନା ଆଣିଲେ ନବରଙ୍ଗପୁରର ମୀନା

93

କନକ ବ୍ୟୁରୋ: ଉପାନ୍ତ ପ୍ରତିଭା ମୀନା, ଭାରତୋଳନରେ ସ୍ୱର୍ଣ୍ଣ ପଦକ ଜିତି ନିଜ ପରିଶ୍ରମର ପାରଦର୍ଶିତା ଦେଖାଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ମାହାଣ୍ଡି ଗାଁର ମୀନା ସାନ୍ତା । ପ୍ରତିଭା କେବେ ଲୁଚି ରହେନା । ସେ ଉପାନ୍ତରେ ହେଉ ବା ସହରରେ । ଆଉ ନିଜର ସାଧନା ଓ ଚେଷ୍ଟା ଫଳରେ ସଫଳତାର ଶୀର୍ଷରେ କେହି ବି ପହଂଚିପାରେ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ମୀନା । ସେ ନିକଟରେ ହିମଚଳ ପ୍ରଦେଶରେ ହୋଇଥିବା “ଖେଲୋ ଇଣ୍ଡିଆ ଜାତୀୟ ଭାରତୋଳନ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୭ ବର୍ଷରୁ କମ୍ ବିଭାଗରେ ୫୫ କାଟାଗୋରିରେ ୧୪୫ କେଜି ଓଜନର ଭାରତୋଳନ କରି ଏହି ପଦକ ହାସଲ କରିଛନ୍ତି । ଉପାନ୍ତ ଅଂଚଳର ସୁନା ଝିଅ ପାଇଁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଯେ କୌଣସି କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ଅନେକ କଷ୍ଟ ସହିବାକୁ ପଡିବ ବୋଲି ଭାରତୋଳନକାରୀ ମୀନା କହିଛନ୍ତି । ଆଗକୁ ସେ ଅଲମ୍ପିକରେ ଭାଗ ନେବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।