ମାସେ ହେଲା ଆସିକା ବ୍ଲକ୍ ପ୍ରଧାନ ଡାକ ଅଫିସରେ ମିଳୁନି ଟ୍ରେନ୍ ଟିକେଟ୍ । ଦଲାଲ୍‌ମାନେ ହେଲେଣି ସକ୍ରିୟ ।

315

କନକ ବ୍ୟୁରୋ: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ଏକ ମାସ ହେଲା ଗଞ୍ଜାମ ଆସିକା ବ୍ଲକ ପ୍ରଧାନ ଡାକ ଅଫିସରେ ମିଳୁନି ଟ୍ରେନ୍ ଟିକେଟ । ଯାହାକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଟିକେଟ୍ କାଉଣ୍ଟର ବନ୍ଦ ରହିଥିବା ବେଳେ ଲିଙ୍କ୍ ଫେଲ ପୋଷ୍ଟର ମରାଯାଇଛି। ସେପଟେ ଏହାର ସୁଯୋଗ ନେଇ ଦଲାଲ ମାନେ ସକ୍ରିୟ ହୋଇଛନ୍ତି । ପୋଷ୍ଟ ଅଫିସ ଆଗରେ ବ୍ଲାକରେ ଟିକେଟ୍‌ ବିକ୍ରି କରି ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଡାକ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ପାଖାପାଖି ୫ଟି ବ୍ଲକର ଲୋକମାନେ ଡାଇରେକ୍ଟ ଟ୍ରେନ୍ ଟିକେଟ୍ କାଟିବାକୁ ସୁବିଧା ପାଇପାରୁଥିଲେ । ହେଲେ ମାସେ ହେଲା ଏଠାରେ ଟିକେଟ୍ ମିଳୁନାହିଁ । ଫଳରେ ବହୁ ଦୂର ଦୂରାନ୍ତରୁ ଟିକେଟ କାଟିବାକୁ ଆସୁଥିବା ଲୋକମାନେ ନିରାଶ ହୋଇ ଫେରୁଛନ୍ତି । ହେଲେ କାହିଁକି ଟିକେଟ କଟାଯାଉନି ତାର କାରଣ ଜଣାପଡ଼ିନାହିଁ । ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ଓ ପୋଷ୍ଟ ମାଷ୍ଟରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।