ଚୀନରେ କରୋନା ଭୟ: ଜଣେ ଭାଙ୍ଗିଲା ନିୟମ, ହଜାରେ ଜଣ ହେଲେ କ୍ୱାରେଣ୍ଟାଇନ

139

କନକ ବ୍ୟୁରୋ: ଚୀନରେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛୁ । ଯେଉଁଥିପାଇଁ ସେଠାରେ ଏବେ ନିୟମ କଡାକଡି କରାଯାଇଛି । ହେଲେ ସେଠାରେ ଜଣେ ବ୍ୟକ୍ତି ଏଭଳି କାମ କରିଛନ୍ତି ଯେଉଁଥିପାଇଁ ହଜାରେ ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିଛି । ସେଠାରେ ଜଣେ ବ୍ୟକ୍ତି କରୋନା ନିୟମ ଭାଙ୍ଗି ନିଜ ଘର ବାହାରେ ଓ ସପିଙ୍ଗ ମଲରେ ବୁଲିଥିଲେ । ପରେ ସେହି ବ୍ୟକ୍ତି ଓ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

କରୋନା କଟକଣା ଥାଇ ମଧ୍ୟ ବ୍ୟକ୍ତି ଜଣକ ନିଜ ଘର ବାହାରେ ବୁଲାବୁଲି କରୁଥିଲେ । ଏବେ ସେ କରୋନା ପଜିଟିଭ ବାହାରିବା ପରେ ତାଙ୍କର ୫ ହଜାର ପଡୋଶୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ୨୫୦ ଜଣଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଛି ।

ସୋମବାର ବେଜିଂରେ କରୋନା ନିୟମ କୋହଳ କରାଯାଇଥିଲା । ପାର୍କ, ସିନେମା ହଲ ଖୋଲିଦିଆଯାଇଛି । ହେଲେ ଏବେ ବି ଚୀନରେ କରୋନା ନିୟମ କଡାକଡି ପାଳନ ହେଉଛି । ଜିରୋ କୋଭିଡ ନୀତିରେ କାମ କରୁଛନ୍ତି ସରକାର । ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି ।