IAS ସ୍ତରରେ ହୋଇପାରେ ବଡ଼ ଧରଣର ଅଦଳବଦଳ । ଦିଲ୍ଲୀ ଯାଇପାରନ୍ତି ଅନୁ ଗର୍ଗ, ସତ୍ୟବ୍ରତ ସାହୁ ହୋଇପାରନ୍ତି ଉନ୍ନୟନ କମିଶନର ।

2,018

କନକ ବ୍ୟୁରୋ: ଚଳଚଞ୍ଚଳ ପାୱାର କରିଡର । ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ନୂଆ ଅତିରିକ୍ତ ଶାସନ ସଚିବ ଭାବେ ନିକୁଞ୍ଜ ଧଳ ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଉ ଏବେ ଆଗକୁ ରାଜ୍ୟ ପ୍ରଶାସନରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ସଚିବଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଏସପି ଯାଏଁ ସବୁ ସ୍ତରରେ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ୧୯୯୩ ବ୍ୟ।।ଚର ଆଇଏଏସ ଅଧିକାରୀ ନିକୁଞ୍ଜ ଧଳଙ୍କୁ ମିଳିଛି ବଡ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଆଉ ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି । କୁହାଯାଉଛି, କିଛି ଦିନ ହେଲା ସେ ସରକାରଙ୍କ ଗୁଡବୁକରେ ଥିଲେ ।

  • ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା
  • ବିଭାଗୀୟ ଅଧିକାରୀଙ୍କୁ ସହ ବୈଠକ

ରବିବାର ଦାୟିତ୍ୱ ନେବା ପରେ ସବୁ ବିଭାଗର ଅଧିକାରୀଙ୍କୁ ଡାକି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ସମସ୍ତ ଯୋଜନାର କାର୍ଯ୍ୟକାରିତା, ବଜେଟ, ରଥଯାତ୍ରା ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି ।

  • ଆଗକୁ ହେବ ବଡ ଅଦଳବଦଳ !
  • ଦିଲ୍ଲୀ ଯିବେ ଅନୁ ଗର୍ଗ !

ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ଆଗକୁ ରାଜ୍ୟ ପ୍ରଶାସନରେ ବଡ ଧରଣର ଅଦଳବଦଳ ହୋଇପାରେ । ସଚିବଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଏସପି ଯାଏଁ ସବୁ ସ୍ତରରେ ଅଦଳବଦଳ ହୋଇପାରେ । ଉନ୍ନୟନ କମିଶନର ଅନୁ ଗର୍ଗ ଦିଲ୍ଲୀ ଯିବା ନେଇ ସଙ୍କେତ ମିଳିସାରିଛି । ତାଙ୍କ ସ୍ଥାନରେ ବର୍ତ୍ତମାନର ଏସଆରସି ସତ୍ୟବ୍ରତ ସାହୁଙ୍କୁ ଉନ୍ନୟନ କମିଶନର ଦାୟିତ୍ୱ ମିଳିପାରେ ।

କିଏ ହେବ ସିଏମଙ୍କ ବ୍ୟକ୍ତିଗତ ସଚିବ?

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିକୁଞ୍ଜ ଧଳଙ୍କୁ ଦାୟିତ୍ୱ ମିଳିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ହେଉଛି । କୁହାଯାଉଛି, ଜଣେ ଯୁବ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ମିଳିପାରେ । ସେପଟେ ସିଏମଓରେ ମଧ୍ୟ ଖୁବଶୀଘ୍ର ବଡ ଅଦଳବଦଳ ହୋଇପାରେ ।