ଜୀବନ ନେଲା ବିଫଳ ପ୍ରେମିକ : ଯୁବତୀଙ୍କ ଭାଇଙ୍କୁ କଲେ ହତ୍ୟା; ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

305

କନକ ବ୍ୟୁରୋ : ଜୀବନ ନେଲା ବିଫଳ ପ୍ରେମିକ । ଯାଜପୁର କାଳିଆପାଣି ଥାନା ତାରିଣି ଛକରେ ଘଟିଛି ଘଟଣା । ଅଭିଯୁକ୍ତ ସାନ୍ତନୁ ନାମକ ଯୁବକ ସନ୍ତୋଷ ମହାପାତ୍ରଙ୍କ ଝିଅକୁ ଭଲ ପାଉଥିଲା । ସନ୍ତୋଷ ବିବାହିତ ଥିବାରୁ ପରିବାର ଲୋକ ଏହାକୁ ବିରୋଧ କରୁଥିଲେ । ଘଟଣାରେ ଉତକ୍ଷିପ୍ତ ହୋଇ ଗତକାଲି ରାତିରେ ଯୁବତୀଙ୍କ ପରିବାର ଲୋକଙ୍କୁ ପ୍ରେମିକ ଆକ୍ରମଣ କରିଥିଲା ।

ଘଟଣାରେ ଯୁବତୀଙ୍କ ବାପା, ଭାଇ ଗୁରୁତର ହୋଇଥିଲେ । ସୁକିନ୍ଦାଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଯୁବତୀଙ୍କ ଭାଇ ଜିତେନ୍ଦ୍ର ମହାପାତ୍ରଙ୍କ ମୃତ୍ୟୁ ହୋଇଛି । ଯୁବତୀଙ୍କ ବାପା ଗୁରୁତର ଅଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକ ଅଭିଯୁକ୍ତର ଟ୍ରକ ପୋଡ଼ିବା ସହ ରାସ୍ତାରୋକ କରିଛନ୍ତି । ଘଟଣାରେ ଅଭିଯୁକ୍ତକୁ ପୋଲିସ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।