୭୫ ତମ ସାଧାରଣତନ୍ତ୍ର ଦିବସରେ ଦୁଲୁକିଲା ଦିଲ୍ଲୀ କର୍ତ୍ତବ୍ୟପଥ । ବିଶ୍ୱ ଦେଖିଲା ଭାରତର ଶୌର୍ଯ୍ୟ ଓ ସାମର୍ଥ୍ୟ । ପରେଡରେ ୩ ସେନାର ମହିଳା ଟ୍ରୁପ୍ । ମନମୋହିଲା ଓଡ଼ିଶାର ପ୍ରଜ୍ଞାପନ ମେଢ ।

88

କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ କର୍ତ୍ତବ୍ୟପଥରେ ଭବ୍ୟ ସମାରୋହ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତୋଳନ କରିବା ପରେ ଆରମ୍ଭ ହୋଇଥିଲା ପରେଡ । ଭାରତୀୟ ବାଦ୍ୟ ଯନ୍ତ୍ର ସହ ମହିଳା କଳାକାରମାନେ ପ୍ରଥମ ପରେଡ କରିଥିଲେ । ପରେ ଅନ୍ୟ ଟ୍ରୁପ୍ ମାନେ ପରେଡ କରିଥିଲେ । ପରେଡରେ ଫ୍ରାନ୍ସ ବ୍ୟାଣ୍ଡ, ଟି,-୯୦ ଭିଷ୍ମ ଟ୍ୟାଙ୍କ, ନାଗ୍ ମିଶାଇଲ ସିଷ୍ଟମ, ପିନାକ ମିଶାଇଲ, ଅସ୍ତ୍ରଶସ୍ତ୍ର ସନ୍ଧାନ ରାଡାର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ, ବିକଶିତ ରେଡିଓ ଫ୍ରିକ୍ୟୁଏନ୍ସ ମନିଟରିଂ ସିଷ୍ଟମ, ମଲ୍ଟିଂ ଫଙ୍କସନ୍ ରାଡାର ଆଦି ଟ୍ରୁପ ସାମିଲ ହୋଇଛନ୍ତି ।

ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ଫ୍ରାନ୍ସର ଏକ ଟୁପ୍ ମଧ୍ୟ ପରେଡରେ ସାମିଲ ହୋଇଛି । ପରେଡ ଦେଖିବାକୁ ୧୩ ହଜାର ଅତିଥୀ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତିନି ସେନାର ମହିଳା ଟ୍ରୁପ ସାମିଲ ହୋଇ ପରେଡ କରିଛନ୍ତି । ଏଥର ଥିମ ‘ବିକଶିତ ଭାରତ ଓ ଭାରତ ଲୋକତନ୍ତ୍ରର ମାଆ’ ଥିମ ନେଇ ପରେଡ ଆୟୋଜନ କରିଛନ୍ତି । ପରେଡରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ ସାମିଲ ହୋଇଛି । ପତକା ଉତୋଳନ ପରେ ଦେଢ ଘଂଟା ଧରି ପରେଡ ଅନୁଷ୍ଠିତ ହୋଇଛି ।