ଛାତ୍ରକୁ ଛୁରୀ ଭୁସିଲେ ଛାତ୍ର । ସାମାନ୍ୟ ବଚସାରୁ ବଡ ଅଘଟଣ । ଅପରାଧ ଆଡକୁ ଢଳୁଛନ୍ତି କି କିଶୋର?

110

କନକ ବ୍ୟୁରୋ: କୌଣସି କଥାକୁ ନେଇ ବିଦ୍ୟ।।ଳୟ ପରିସରରେ ପ୍ରଥମେ ବଚସା ଓ ପରେ କଥା କଟାକଟି । ଏଥିରେ ଉତକ୍ଷିପ୍ତ ହୋଇ ସହପାଠୀଙ୍କ ଛାତିରେ ଛୁରୀ ଭୁସି ଜୀବନ ନେବାକୁ ଉଦ୍ୟମ କରିଛି ଜଣେ ନବମ ଶ୍ରେଣୀର ଛାତ୍ର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲରେ ଘଟିଛି ଏହି ଅଭାବନୀୟ କାଣ୍ଡ । ଛୁରୀ ମାଡରେ ଆହତ ଛାତ୍ରଙ୍କୁ ପ୍ରଥମେ ଶେରଗଡ ଓ ପରେ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିଛି । ପୂର୍ବରୁ ମଧ୍ୟ ଟ୍ୟୁସନରେ ଦୁଇ ଛାତ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଖବର ମିଳିଛି ।

  • ଅପରାଧ ଆଡକୁ ଢଳୁଛନ୍ତି କି କିଶୋର?
  • କଣ କହୁଛନ୍ତି ମନସ୍ତତ୍ତ୍ୱବିଦ୍

କିଶୋରଙ୍କ ମଧ୍ୟରେ କାହିଁକି ଅପରାଧପ୍ରବଣତା ବଢୁଛି? ସାମାନ୍ୟ କଜିଆକୁ ନେଇ କାହିଁକି ଜଣେ ନବମ ଶ୍ରେଣୀ ଛାତ୍ର ନୃଶଂସ ହୋଇପଡିଲା । ସହପାଠୀକୁ ଛୁରୀରେ ଆକ୍ରମଣ କରିବା ଭଳି ଜଘନ୍ୟ କାମ କାହିଁକି ହାତକୁ ନେଲା ଜଣେ କିଶୋର? କିଭଳି ମାନସିକ ସ୍ଥିତି ଓ ପରିସ୍ଥିତି ଜଣେ କୋମଳମତି ପିଲାଙ୍କ ଅପରାଧ ଆଡକୁ ଟାଣି ନେଉଛି । ଏହାର ଉତ୍ତର ରଖିଛନ୍ତି ମନସ୍ତତ୍ୱବିଦ୍ ସମ୍ରାଟ କର ।

ହାଇସ୍କୁଲ ଛାତ୍ର ନିଜ ସହପାଠୀଙ୍କ କଳି କଜିଆ କରିବା ସ୍ୱାଭାବିକ କଥା । କିନ୍ତୁ ବିଦ୍ୟାଳୟ ପରିସରରେ ଜଣେ ସହପାଠୀଙ୍କୁ ଜୀବନରୁ ମାରିଦେବାକୁ ଅନ୍ୟଜଣେ ଛାତ୍ର ଛୁରୀରେ ଆକ୍ରମଣ କରିବା ଆମ ସମାଜ ପାଇଁ ଏକ ବଡ ଚେତାବନୀ ।