ଚର୍ଚ୍ଚାରେ ଦ୍ରୌପଦୀ ମୁର୍ମୁଙ୍କ ଗୁରୁ-ଶିଷ୍ୟ କାହାଣୀ: ଦ୍ରୌପଦୀଙ୍କୁ ପାଠ ପଢାଇଥିବା ସାର କହିଲେ, ଏମିତି ଶିଷ୍ୟାଙ୍କ ପାଇଁ ଧନ୍ୟ ଗୁରୁ ଜୀବନ

164

କନକ ବ୍ୟୁରୋ: ବାଲ୍ୟ ଗୁରୁ ବଖାଲିଣେ ଦ୍ରୌପଦୀ ମୁର୍ମୁଙ୍କ ଛାତ୍ରୀ ଜୀବନର କାହାଣୀ । ସର୍ବଗୁଣ ସମ୍ପନ୍ନ ଶିଷ୍ୟାକୁ ପାଇଲେ ଗୁରୁ ଜୀବନ ଧନ୍ୟ ହୋଇଯାଏ ବୋଲି କହିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଶିକ୍ଷକ । ମୟୂରଭଞ ଜିଲ୍ଲା କୁସୁମୀ ବ୍ଲକ୍ ଅର୍ନ୍ତଗତ ଟେଂଟପୋଷି ଗାଁର ବାସୁଦେବ ବେହେରା । କୁସୁମୀ ବ୍ଲକ୍ ଉପରବେଡା ଏମ୍ଇ ସ୍କୁଲରେ ଶିକ୍ଷକତା କରୁଥିଲେ ବାସୁଦେବ । ନିଜ ଶିକ୍ଷକତା ଜୀବନରେ ଅନେକ ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷାର ଆଲୋକ ପଥ ଦେଖାଇଛନ୍ତି । ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ । ଦ୍ରୌପଦୀ ମୁର୍ମୁଙ୍କୁ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପାଠ ପଢାଇଥିଲେ ବାସୁଦେବ ସାର୍ । ପାଠ ଭଲ ପଢୁଥିବା ସେହି ସମୟର ଶାନ୍ତ ଶରଳ ଝିଅଟି ଆଜି ଦେଶର ସର୍ବୋଚ୍ଚ ନାଗରିକ ପଦବୀରେ ବସିବାକୁ ଯାଉଛନ୍ତି । ସପ୍ତମ ଶ୍ରେଣୀ ପାଠ ପରେ ଉଚ୍ଚ ଶିକ୍ଷା ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ବାସୁ ସାର୍ ହିଁ ଭୁବନେଶ୍ୱର ପଠାଇଥିଲେ । ଦ୍ରୌପଦୀ ମୁର୍ମୁ ମନ୍ତ୍ରୀ ଥିବା ବେଳେ ବାସୁଦେବ ସାରଙ୍କ ଘରକୁ ଯିବା ପାଇଁ ଭୁଲିନଥିଲେ । ଝାଡଖଣ୍ଡର ରାଜ୍ୟପାଳ ଥିବା ସମୟରେ ମଧ୍ୟ ଦ୍ରୌପଦୀ ମୁର୍ମୁ ନିଜର ପ୍ରିୟ ଗୁରୁଙ୍କୁ ଘରକୁ ଆଣି ଗୁରୁପୂଜା କରିଥିଲେ ।