କୋଚି ବିମାନବନ୍ଦରରେ ପହଞ୍ଚିଲା କୁୱେତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଭାରତୀୟଙ୍କ ପାର୍ଥିବ ଶରୀର । ଅଧିକାଂଶ ମୃତକ କେରଳର, ଓଡିଶାରୁ ୨ ଜଣ ।

311

କନକ ବ୍ୟୁରୋ: କୁୱେତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ଜଣ ଭାରତୀୟଙ୍କ ମୃତଦେହ କେରଳ କୋଚି ବିମାନ ବନ୍ଦରରେ ପହଞ୍ଚିଛି । ଭାରତୀୟ ବାୟୁସେନାର ସି-୧୩୦ ଜେ ସୁପର ହୁରକ୍ୟୁଲସରେ ସେମାନଙ୍କ ମୃତଦେହକୁ ସ୍ୱଦେଶ ଅଣାଯାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ନିଜେ ବିମାନ ବନ୍ଦର ଯାଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।  ଏଠାରୁ ମୃତଦେହଗୁଡିକୁ ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚାଇବା ପରେ ସେଠାରୁ ସେମାନଙ୍କ ନିଜ ନିଜ ପରିବାରକୁ ପଠାଯିବାର ସୂଚନା ରହିଛି ।