ଘରେ କେହି ନଥିବାର ସୁଯୋଗ ନେଇ ପଶିଲେ ଚୋର । କବାଟ ତାଡ଼ି ଘରେ ପଶି ଲୁଟ କରିବା ସହ ଗୋଲାପ ଜାମୁ ଖାଇ, ଥଣ୍ଡା ପିଇ ଫେରାର ହେଲା ଲୁଟେରା ।

103

କନକ ବ୍ୟୁରୋ: ଘରେ କେହି ନଥିବାର ସୁଯୋଗ ନେଇ ପଶିଲେ ଚୋର । ସିଡି ଘର କବାଟ ତାଡ଼ି ଘରେ ପଶି ଲୁଟ କରିବା ସହ ଫ୍ରିଜରେ ଥିବା ଗୋଲାପ ଜାମୁ ଖାଇ, ଥଣ୍ଡା ପିଇ ଫେରାର ହୋଇଗଲା ଲୁଟେରା । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଙ୍ଗୁଳେଇ ପଞ୍ଚାୟତର ବରେଇ ଓ ଅଙ୍ଗୁଳାଇ ଗାଁରେ ପଶି ଲୁଟ କରିଛନ୍ତି ଲୁଟେରା । ବିଳମ୍ବିତ ରାତିରେ ଗାଁର ଲୋକ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଲୁଟିଛନ୍ତି ଲୁଟେରା । ଅକ୍ଷୟ କବିଙ୍କ ଘରେ ପଶି ୪ଟି ସୁନା ଚେନ୍, ୪ଟି ମୁଦି, ଗୋଟିଏ କାନଫୁଲ ସହ ୧୨ ହଜାର ଟଙ୍କା ଚୋରି ହୋଇଥିବା ବେଳେ ସୁଚରିତ୍ରା ସ୍ୱାଇଁଙ୍କ ଘରେ ଥିବା ବାକ୍ସରୁ ସୁନା ଚେନ ନେଇ ବାକ୍ସକୁ ନଦୀ ବନ୍ଧରେ ଫୋପାଡ଼ି ଦେଇଥିଲେ ଲୁଟେରା । ସେହିପରି ପ୍ରଭାକରଙ୍କ ଘରେ ପଶି ସୁନା ଚେନ ନେବା ସହ ତାଙ୍କ ଫ୍ରିଜରେ ଥିବା ଗୋଲାପ ଜାମୁ, ଥଣ୍ଡା ପିଇ ଲୁଟେରା ଫେରାର ହୋଇଯାଇଥିବା ସୂଚନା ରହିଛି ।