କରୋନାର ଭିତରେ ପଞ୍ଚାୟତ ନିର୍ବାଚନକୁ ନେଇ ଲାଗି ରହିଛି ଅନିଶ୍ଚିତତା: ହେଲେ ଗ୍ରାମାଂଚଳରେ ଆରମ୍ଭ ହୋଇଗଲାଣି ପୋଷ୍ଟର ୱାର 

205

କନକ ବ୍ୟୁରୋ: ପଂଚାୟତ ନିବଚେନ ପାଖେଇ ଆସୁଥିବା ବେଳେ ବଢୁଛି ରାଜନୈତିକ ଉଷ୍ମତା । ନୂଆବର୍ଷକୁ ଆଳ କରି ବିଭିନ୍ନ ଦଳର ଆଶାୟୀଙ୍କ ମଧ୍ୟରେ ଚାଲିଛି ପୋଷ୍ଟେର ୱାର । ଯାଜପୁର ଧର୍ମଶାଳାରେ ଏବେ ଠୁ ଉପରକୁ ଉଠିଲାଣି ରାଜନୀତିର ପାରଦ । ହୋମୱାର୍କରେ ଶାସକ ବିଜେଡି ଆଗୁଆ ଥିବା ବେଳେ ଘର ସଜାଡୁଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।

ନୂଆବର୍ଷ ଆଳରେ ଯାଜପୁର ଧର୍ମଶାଳାରେ ଦେଖିବାକୁ ମିଳିଛି ପୋଷ୍ଟର ୱାର । ଆଗକୁ କରୋନା ପାଇଁ ପଂଚାୟତନ ନିର୍ବାଚନ ଅନିଶ୍ଚିତତା ଭିତରେ ରହିଥିବା ବେଳେ ରାଜନୈତିକ ଦଳଗୁଡିକ ପତିଆରା ଜାହିର କରିବାରେ ଲାଗିପଡିଲେଣି । ଗାଁଠୁ ସହର ସବୁଠି ଲାଗିଛି ବଡବଡ ପୋଷ୍ଟର । ଶୁଭେଛା ଜଣେଇବା ଆଳରେ ବିଭିନ୍ନ ଦଳର ସରପଂଚ, ସମିତି ସଭ୍ୟ, ଜିଲ୍ଳା ପରିଷଦ ଆଶାୟୀମାନେ ଦଳୀୟ ନେତାଙ୍କ ଫଟୋ ସହ ବ୍ୟାନର ଲଗାଇଛନ୍ତି । ପୋଷ୍ଟର ଲଢେଇରେ ବିଜେଡି ଆଗରେ ଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ବିଜେପି ଓ କଂଗ୍ରେସର ଆଶାୟୀ ।

୨୦୧୭ ପଂଚାୟ୍ତ ନିର୍ବାଚନରେ ଧର୍ମଶାଳାରେ ୨ଟି ଜିଲ୍ଳା ପରିଷଦ ଜୋନ୍ରେ ବିଜେପି ଜିତିଥିବା ବେଳେ ଅବଶିଷ୍ଟ ୪ଟିରେ ବିଜେଡି ବାଜିମାତ କରିଥିଲା । ଏହାରି ଭିତରେ ବିଜେପିର ଦୁଇ ଜିଲ୍ଳା ପରିଷଦ ସଭ୍ୟ ବିଜେପି ଛାଡି ବିଜେଡି ସାମିଲ ହୋଇଛନ୍ତ । ମୋଟାମୋଟି ଭାବେ ଧର୍ମଶାଳାରେ ବିଜେଡି ଭଲ ସ୍ଥିତିରେ ରହିଛି । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ନେତୃତ୍ୱରେ ବିଜେଡି ଲଢିବାକୁ ପ୍ରସ୍ତୁତି କରୁଥିବା ବେଳେ ରାଜନୀତିରେ ଅ-ଆ ପଢୁଥିବା ସ୍ମୃତିରେଖା ପହି ବିଜେପିର ମଙ୍ଗ ଧରିଛନ୍ତି । ଅନ୍ୟପଟରେ ବ୍ଲକ ଚେୟାମ୍ୟାନ ଥିବା କିଶାନ ପଣ୍ଡା ଏଥର କଂଗ୍ରେସର ଭାର ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି ।