ଗାଁ କାହାର, ଆନ୍ଧ୍ରର ନାଁ ଓଡ଼ିଶାର? ବିବାଦ ଭିତରେ ଦୁଇ ରାଜ୍ୟର ଅଧିକାରୀଙ୍କୁ ନେଇ ବସିଥିବା ବୈଠକ ଅଧାରେ ଅଟକିଲା

110

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାର ରାଇପାହାଡ଼ ଗାଁ କାହାର ତାକୁ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗିରହିଛି । ଆଜି ଏହାକୁ ନେଇ ବୈଠକ ହୋଇଥିବା ବେଳେ ଅଧାରେ ଅଟକିଛି ଆନ୍ଧ୍ର-ଓଡ଼ିଶା ବୈଠକ । ବୈଠକରେ ଉପଯୁକ୍ତ ନକ୍ସା ଦେଖାଇପାରି ନାହାନ୍ତି ଆନ୍ଧ୍ର କର୍ତୃପକ୍ଷ । ଆଉ ଏକ ତାରିଖ ନିର୍ଦ୍ଧାରଣ ପାଇଁ ଓଡ଼ିଶା ଅଧିକାରୀଙ୍କୁ ନିବେଦନ କରିଛନ୍ତି ଆନ୍ଧ୍ର ଅଧିକାରୀ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇପାହାଡ଼ ଗାଁଟି ଓଡ଼ିଶା ସୀମା ଭିତରେ ରହିଥିଲେ ସୁଦ୍ଧା ଆନ୍ଧ୍ର ଯୋଗାଉଛି ଯୋଜନା । ଯାହାକୁ ନେଇ ପୁଣି ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ମୁଣ୍ଡ ଟେକିଛି । ତାର ସମାଧାନ ପାଇଁ ଉଭୟ ରାଜ୍ୟର ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ରାଇପାହାଡ଼ ଗାଁରେ ବୈଠକ ହୋଇଥିଲା । କିନ୍ତୁ ଆନ୍ଧ୍ର ଅଧିକାରୀ ଉପଯୁକ୍ତ ପ୍ରମାଣପତ୍ର ଦେଖାଇପାରିନଥିଲେ । ଯାହା ଫଳରେ ବୈଠକରେ ସମାଧାନର ବାଟ ବାହାରିପାରିନାହିଁ । ଯେପର୍ଯ୍ୟନ୍ତ ବିବାଦର ସମାଧନ ନହୋଇଛି ସେପର୍ଯ୍ୟ ଆନ୍ଧ୍ର କୌଣସି ଯୋଜନା ରାଇପାହାଡ଼ ଗାଁରେ କରିବ ନାହିଁ ବୋଲି କୁହାଯାଇଛି ।