କୋରାପୁଟ ସୁନାବେଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଘଟଣା ,ମୃତ କୁନି ଝିଅକୁ ମେଡିକାଲରେ ଛାଡ଼ି ଅଜଣା ବ୍ୟକ୍ତି ଫେରାର ,

130

କନକବ୍ୟୁରୋ: ମୃତ କୁନି ଝିଅକୁ ମେଡିକାଲରେ ଛାଡି ଫେରାର ହୋଇଯାଇଛି ଅଜଣା ବ୍ୟକ୍ତି । ମେଡିକାଲରେ ସେହି କୁନି ଝିଅର ସ୍ୱାସ୍ଥ୍ୟବସ୍ଥା ଯାଂଚ ପରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମେଡିକାଲରେ ଥିବା ଲୋକ ସେହି ଅଜଣା ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ମତେ ସେ ଖସିଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । କୁନି ଝିଅ କିମ୍ବା ସେହି ଅଜଣା ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ ।

ସୂଚନା ଅନୁସାରେ ଗତକାଲି ଏକ ଅଜଣା ବ୍ୟକ୍ତି ଏକ କୁନି ଝିଅକୁ କାନେ୍ଧଇ ମେଡିକାଲକୁ ଆସି ବେଡରେ ଶୁଆଇ । ଆଉ ଗୋଟିଏ ଛୁଆକୁ ଆଣିବାକୁ ଯାଉଛି ସେଠାରୁ ଖସି ଯାଇଛି । ଉପସ୍ଥିତ ଲୋକ ଅଟକାଇବାକୁ ଚେଷ୍ଟା କରିବା ସତ୍ୱେ ସେ ସେଠାରୁ ଚାଲିଯାଇଥିଲା । ଅଜଣା ବ୍ୟକ୍ତି ଆସୁଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣାସ୍ଥଳରେ ସୁନାବେଡା ପୋଲିସ ଓ ଏସଡିପିଓ ପହଂଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଜରିଆରେ ଅଜଣା ଲୋକଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି । ମୃତ କୁନି ଝିଅର ଗୋଡରେ ସିନ୍ଦୁର ଲାଗିଥିବାରୁ ଗୁଣିଗାରେଡି ସନ୍ଦେହ କରାଯାଉଛି ।