ବଢିଲା ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ଅଡୁଆ । ହାଉସ ଅଫ ରିପ୍ରେଜେଂଟିଭରେ ମହାଭିଯୋଗ ପ୍ରସ୍ତାବ ପାସ, ୧୦ ଘଂଟା ଧରି ଚାଲିଲା ବିତର୍କ

458

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ଆମେରିକା ସଂସଦର ନମ୍ନ ସଦନ ହାଉସ ଅଫ ରିପ୍ରେଜେନଟେଟିଭରେ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ପାରିତ । ଦୀର୍ଘ ୧୦ ଘଂଟାର ବିତର୍କ ପରେ ୨୨୯ଟି ଭୋଟରେ ପାରିତ ହୋଇଛି ମହାଭିଯୋଗ ପ୍ରସ୍ତାବ । କ୍ଷମତାର ଦୁରୂପଯୋଗ କରିଥିବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଛି । ଆସନ୍ତା ମାସରେ ଉପର ସଦନ ବା ସିନେଟରେ ଏହି ପ୍ରସ୍ତାବ ଉପସ୍ଥାପନ ହେବ । ତେବେ ସିନେଟରେ ଟ୍ରମ୍ପଙ୍କ ଦଳର ସଂଖ୍ୟା ଗରିଷ୍ଠତା ରହିଛି ।

ତେଣୁ ସିନେଟରେ ଏହି ପ୍ରସ୍ତାବ ପାରିତ ହେବାର ସମ୍ଭାବନା କମ୍ ରହିଛି । ବିରୋଧୀମାନେ କହିଛନ୍ତି ଟ୍ରମ୍ପଙ୍କ ପାଇଁ ଓଲଟା ଗଣନା ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଏହି ମହାଭିଯୋଗ ପ୍ରସ୍ତାବକୁ ଆମେରିକା ଇତିହାସରେ ଲୋକତନ୍ତ୍ର ଉପରେ ସବୁଠାରୁ ବଡ ଆକ୍ରମଣ ବୋଲି କହିଛନ୍ତି ଟ୍ରମ୍ପ । ଟ୍ରମ୍ପ ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସମ୍ଭାବିତ ପ୍ରତିଦ୍ୱନ୍ଦି ଓ ପୂର୍ବ ଉପରାଷ୍ଟ୍ରପତି ଜୋ. ବାଇଡେନଙ୍କ ସମେତ ଅନ୍ୟ ପ୍ରତିଦ୍ୱନ୍ଦିଙ୍କ ଛବି ଖରାପ କରିବାକୁ ୟୁକ୍ରେନ୍ରୁ ବେଆଇନ ଭାବେ ସହାୟତା ମାଗିଥିବା ଅଭଯୋଗ ରହିଛି । ଏହା ସହ ସଂସଦ କାର୍ଯ୍ୟରେ ଟ୍ରମ୍ପ ବାଧା ପହଁଚାଇଥିବା ଅଭିଯୋଗ ରହିଛି ।