ଇସ୍ପାତ ନଗରୀରେ ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ । ଅବସ୍ଥା ନିୟନ୍ତ୍ରଣକୁ ଆସୁଥିବା ନେଇ ଦେଲେ ସୂଚନା

54

କନକ ବ୍ୟୁରୋ: ଇସ୍ପାତ ନଗରୀରେ ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ । ଅବସ୍ଥା ନିୟନ୍ତ୍ରଣକୁ ଆସୁଥିବା ନେଇ ସୂଚନା ଦେଇଛନ୍ତି । ୧୫ ଦିନ ପରେ ରୋଗୀଙ୍କ ସଂଖ୍ୟା କମୁଥିବା କିଛିଟା ଆଶ୍ୱସ୍ତି ଆଣିଛି । ସେପଟେ ରାଉରକେଲାରେ ପହଁଚିଛନ୍ତି ଏସସିବିର ୪ଜଣିଆ ଡାକ୍ତରୀ ଦଳ ଓ ଆରଏମଆରସି ଟିମ୍ । ଏହି ଟିମ୍ ମଧ୍ୟ ପରିସ୍ଥିତର ସମୀକ୍ଷା କରିବେ । ବର୍ତମାନ ସୁଦ୍ଧା ହଇଜା ଯୋଗୁଁ ୧୦ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ରାଉରକେଲାରେ ହଇଜା ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି ।