ବଜାରକୁ ଯାଇ ଘରକୁ ଫେରିଲାନି ରୋଜଗାରିଆ ପୁଅ: ୨ ବର୍ଷ ଧରି ପୁଅର ଫେରିବା ବାଟକୁ ଚାହିଁ ବାପା ଶଯ୍ୟାଶାୟୀ

126

କନକ ବ୍ୟୁରୋ: ଦୁଇବର୍ଷ ଧରି ରୋଜଗାରିଆ ପୁଅ ନିଖୋଜ । ପୁଅ ଫେରିବା ବାଟକୁ ଚାହିଁ ବାପା ଶଯ୍ୟାଶାୟୀ । ଆଉ କାନ୍ଦି କାନ୍ଦି ମା’ର ଦିନ କଟୁଛି । ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଯୁବୁଲି ଟାଉନ୍ ଗୋଡ଼ିସାହି ହରିଜନ ବସ୍ତିରେ । ବସ୍ତିର ୨୮ ବର୍ଷୀୟ ଜଟାଧାରୀ ଜେନା ବଜାରକୁ ଯାଉଛି କହି ଘରୁ ବାହାରିଥିଲେ । କିନ୍ତୁ ଆଜିକୁ ୨ ବର୍ଷ ବିତିଯାଇଥିଲେ ବି ପୁଅ ବଜାରରୁ ଘରକୁ ଫେରିନି । ଏନେଇ ଟାଉନ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲେ ବି ପୋଲିସ କୌଣସି ସହଯୋଗ କରୁନଥିବା କଥା ନିଖୋଜ ଯୁବକଙ୍କ ମା-ବାପା ଅଭିଯୋଗ ପରିଛନ୍ତି । ସେପଟେ ପୁଅ ଚିନ୍ତାରେ ବାପା ଏବେ ଆଶିଂକ ପକ୍ଷାଘାତର ଶିକାର ହୋଇ ଶଯ୍ୟାଶାୟୀ ଅଛନ୍ତି । ମା’ ମଧ୍ୟ ପୁଅ କିପରି ଫେରିବ, ସେଥିପାଇଁ ନିୟମିତ ଠାକୁରଙ୍କ ପୂଜାର୍ଚ୍ଚନା କରୁଛନ୍ତି । ବିଡାଶାଳ ଟାଟା ମାଇନ୍ସରେ ଜଟାଧାରୀ କାମ କରୁଥିଲା ମାତ୍ର କୋଭିଡ ଯୋଗୁଁ ମାଇନ୍ସ ବନ୍ଦ ହେବାରୁ ଗୋଡିସାହି ନିଜ ଘରକୁ ଫେରିଆସିଥିଲେ ।