ଅଲୋଡା ଶିଶୁ କନ୍ୟା । ନଈ କୂଳରେ ନାବାଳିକାକୁ ଛାଡି ଚାଲିଗଲେ ବାପା ମାଆ ।

131

କନକ ବ୍ୟୁରୋ: ଅଲୋଡା ଶିଶୁ କନ୍ୟା । ନଈ କୂଳରେ ୮ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ଛାଡି ଚାଲିଗଲେ ବାପା ମାଆ । ଛୁଆକୁ ଉଦ୍ଧାର କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମତ୍ସ୍ୟଜୀବୀ ମହିଳା । ମାଲକାନଗିରି ଚିତ୍ରକୋଣ୍ଡା ଜଳଭଣ୍ଡାର ଘେରରେ ଥିବା ଡାଇକ୍ ଥ୍ରୀ ଗାଁ ମହିଳାମାନେ ମାଛ ଧରିବାକୁ ଯାଇ ଥିଲେ । ଜଳଭଣ୍ଡାରର ଡାଇକ ଥ୍ରୀ କୁଳରେ ଥିବା ଜଙ୍ଗଲରେ ଜଣେ ନାବାଳିକା ଅସହାୟ ଅବସ୍ଥାରେ ପଡିଥିବା ଦେଖି ମହିଳାମାନେ ଉଦ୍ଧାର କରି ଘରକୁ ଆଣିଥିଲେ । ପରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଦ୍ୱାରସ୍ତ ହୋଇଥିଲେ ଦୁଇ ମତ୍ସ୍ୟଜୀବି ମହିଳା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନାବାଳିକାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।