ବାହାଘରରେ ମାର୍କୁଣ୍ଡି ସାଜିଲା ବାଛୁରୀ । ନିଆରା ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା

718

କନକ ବ୍ୟୁରୋ : ବାହାଘରରେ ମାର୍କୁଣ୍ଡି ସାଜିଲା ବାଛୁରୀ । ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଭୁବନେଶ୍ୱର ପଟିଆରେ ଆୟୋଜିତ ହୋଇଛି ଏହିଭଳି ଏକ ବାହାଘର ।

ପଥରଗାଡିଆ ବାସିନ୍ଦା ତାରାକାନ୍ତ ବେହେରାଙ୍କ ବାହାଘରରେ ଛୋଟ ପିଲା ବଦଳରେ ଏକ ବାଛୁରୀକୁ ସୁନ୍ଦର ଭାବେ ସଜ।।ଯାଇଛି । ବାହାଘରରେ ବାଛୁରୀ ମାର୍କୁଣ୍ଡି ହୋଇଛି । ତାରାକାନ୍ତ ପେଶାରେ ଜଣେ ଶିକ୍ଷକ ହୋଇଥିବା ବେଳେ ବିଭିନ୍ନ ସମୟରେ ଗୋ ସେବା ମଧ୍ୟ କରନ୍ତି । ଆଜି ତାରାକାନ୍ତଙ୍କ ବାହାଘର । ସେ ନିଜ ବାହାଘରକୁ ସ୍ମରଣୀୟ କରିବାକୁ ବାଛୁରୀକୁ ସାମିଲ କରିଛନ୍ତି । ଆଉ ପିଲା ବଦଳରେ ବାଛୁରୀକୁ ମାର୍କୁଣ୍ଡି କରି ବାଙ୍କୀ ତାଳବସ୍ତକୁ ସାଙ୍ଗରେ ନେଇଛନ୍ତି । ତାରାକାନ୍ତଙ୍କ ଏହିଭଳି ଉଦ୍ୟମ କିଛି ଅଲଗା ହୋଇଥିଲେ ବି ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି ।