ଘୂର୍ଣ୍ଣିଝଡ ଭିତରେ ଫସିଲା ଟିମ୍ ଇଣ୍ଡିଆ: ବାରବାଡୋସରେ ଘୂର୍ଣ୍ଣିଝଡ ହୁରିକେନ୍ ବିରେଲର ବିପଦ

884

କନକ ବ୍ୟୁରୋ: ଘୂର୍ଣ୍ଣିଝଡ ଭିତରେ ଫଶିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜର ବାରବାଡୋସରେ ଏବେ ଘୁର୍ଣ୍ଣିଝଡ ହୁରିକେନ୍ ବେରିଲ ବିପଦ । ଏଥିପାଇଁ ସମସ୍ତେ ଘର ଭିତରେ ରହିଛନ୍ତି । ବିମାନ ଚଳାଚଳ ବନ୍ଦ ରହିଛି । ଚଳିତବର୍ଷ ୱେଷ୍ଟଇଣ୍ଡିଜରେ ଏହା ପ୍ରଥମ ବାତ୍ୟା । ଦକ୍ଷିଣ-ପୂର୍ବ କ୍ୟାରିବିଆନ୍ ଆଡ଼କୁ ଆସୁଥିବା ବେରିଲ ଏବେ ଶକ୍ତିଶାଳୀ କ୍ୟାଟେଗୋରି-୩ ବାତ୍ୟାରେ ପରିଣତ ହୋଇଛି । ଆମେରିକାର ନ୍ୟାସନାଲ ହରିକେନ୍ ସେଂଟର କହିଛି, ସୋମବାର ସକାଳୁ ବାତ୍ୟା ବିପଦଜନକ ସ୍ଥିତିକୁ ଆସିବ । ବାରବାଡୋସ, ସେଂଟଲୁସିଆ, ଗ୍ରେନାଡା ଏବଂ ସେଂଟ ଭିନସେଂଟ ଏବଂ ଗ୍ରେନେଡାଇନ୍ ସମେତ ଅନେକ ଦ୍ୱୀପରେ ବାତ୍ୟା ସତର୍କ ସୂଚନା ଜାରି କରାଯାଇଛି । ମିଆମିର ନ୍ୟାସନାଲ ହରିକେନ୍ ସେଂଟର ପରିସ୍ଥିତିର ଗମ୍ଭୀରତା ଉପରେ କହିଛି ଯେ ବେରିଲ୍ “ଜୀବନ ପ୍ରତି ବିପଦ ପୂର୍ଣ୍ଣ ପବନ ଏବଂ ଝଡ଼ ତୋଫାନ ଆଣିବାର ପୂର୍ବାନୁମାନ କରିଛି । ଏହା ଏକ ଅତ୍ୟନ୍ତ ବିପଜ୍ଜନକ ବାତ୍ୟା । ଗତକାଲି ବାବ୍ରାଡୋସରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ ବିଜୟୀ ହୋଇଥିଲା । ମ୍ୟାଚ ବେଳେ ମଧ୍ୟ ବର୍ଷା ଆଶଙ୍କା ରହିଥିଲା । ଏବେ ବାତ୍ୟା ପାଇଁ ଖେଳାଳିମାନେ ହୋଟେଲ ଭିତରେ ସୁରକ୍ଷିତ ଥିବା ସୂଚନା ରହିଛି । କେବଳ ଖେଳାଳି ନୁହଁନ୍ତି ମ୍ୟାଚ ରିପୋର୍ଟିଂ ପାଇଁ ଯାଇଥିବା ଅନେକ ସାମ୍ବାଦିକ ମଧ୍ୟ ଏବେ ବାରବାଡୋସରେ ଫସିଥିବା ଜଣାପଡିଛି । ବାତ୍ୟା ବିରେଲର ବିପଦ ଟଳିଲେ ଏବଂ ବିମାନ ବନ୍ଦର ଖୋଲିଲେ ଖେଳାଳିମାନେ ସ୍ୱଦେଶ ଫେରିବେ ବୋଲି ଜଣାପଡିଛି ।