ଆକ୍ସନ ମୋଡରେ ଯୋଗାଣ ମନ୍ତ୍ରୀ । ମଣ୍ଡିରେ ଦିନ ଦିନ ଧରି ପଡ଼ି ରହୁଥିଲା ଚାଷୀଙ୍କ ଚିନାବାଦାମ । ଅଭିଯୋଗ ପରେ ତୁରନ୍ତ ଉଠାଇବାକୁ ନିର୍ଦ୍ଦେଶ ଦେଲେ କୃଷ୍ଣଚନ୍ଦ୍ର ପାତ୍ର

209

କନକ ବ୍ୟୁରୋ: ଆକ୍ସନ ମୋଡ଼ରେ ଯୋଗାଣ ମନ୍ତ୍ରୀ । ଚାଷୀଙ୍କ ଅଭିଯୋଗ ଶୁଣିଲେ ଏବଂ ତୁରନ୍ତ ମଣ୍ଡିରେ ପଡ଼ି ରହିଥିବା ଚିନା ବାଦାମ ଉଠାଇବା ପାଇଁ ବିଭାଗୀୟ ଅଧକାରୀଙ୍କୁ ନିର୍ଦ୍ଦେଶ ଦେଲେ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମାଲକାଗିରି ଜିଲ୍ଲା କାଲିମେଳା ଗସ୍ତରେ ଥିବା ସମୟରେ ଚିନାବାଦାମ ଚାଷୀମାନେ ସେମାନଙ୍କ ଅଭିଯୋଗ ମନ୍ତ୍ରୀଙ୍କୁ ଜଣାଇଥିଲେ । ମଣ୍ଡିରୁ ମାସ ମାସ ଧରି ଚିନାବାଦାମ ଉଠୁନଥିବା ଅଭିଯୋଗ କରିଥିଲେ ଚାଷୀ । ସେହିପରି ମାଲକାନଗିରିରେ ଏକ ସ୍ୱତନ୍ତ୍ର ଅଭିଯୋଗ କାର୍ଯକ୍ରମରେ ଯୋଗ ଦେଇ ଜନଶୁଶାଣି କରିଥିଲେ ଯୋଗାଣ ମନ୍ତ୍ରୀ । ଚାଷୀଙ୍କ ଧାନ, ବିରି, ମୁଗ ସହ ସମସ୍ତ ଉତ୍ପାଦନର ଉଚିତ ମୂଲ୍ୟ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।