ଚର୍ଚ୍ଚାରେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ । ଲିଙ୍ଗ ପରିବର୍ତନ କରିବେ ସୁଚେତା ଭଟ୍ଟାଚାର୍ଯ୍ୟ

578

କନକ ବ୍ୟୁରୋ : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତା ଭଟ୍ଟାଚାର୍ଯ୍ୟ ଖୁବଶୀଘ୍ର ଲିଙ୍ଗ ପରିବର୍ତନ ଅସ୍ତ୍ରୋପଚାର କରି ପୁରୁଷ ହେବାକୁ ଯାଉଛନ୍ତି । ନିକଟରେ ୪୧ ବର୍ଷୀୟ ସୁଚେତା ବୁଧବାର ଏଲଜିବିଟିକ୍ୟୁ ସମୁଦାୟର ଏକ ଆଲୋଚନାଚକ୍ରରେ ଭାଗ ନେଇ କହିଥିଲେ ଯେ, ଲୋକେ ତାଙ୍କୁ ଏଣିକି ସୁଚେତା ବଦଳରେ ସୁଚେତନ ବୋଲି ଡାକିପାରିବେ । ଏବଂ ଏହି ବଂଚିତ ବର୍ଗର ମଙ୍ଗଳ ପାଇଁ ସେ ତାଙ୍କର ସଂଗ୍ରାମ ଜାରି ରଖିବେ ।

ସୁଚେତା କହିଛନ୍ତି ଯେ, କୈଶୋର ଅବସ୍ଥାରୁ ସେ ନିଜକୁ ପୁରୁଷ ବୋଲି ଭାବି ଆସିଛନ୍ତି । ଏଥିପାଇଁ ତାଙ୍କୁ ଅନେକ ନିର୍ଯାତନାର ବି ଶିକାର ହେବାକୁ ପଡ଼ିଛି । ଏବେ ସମୟ ଆସିଛି ସେ ନିଜକୁ ପ୍ରକାଶ କରିବାର । ଏଥିପାଇଁ ସମାଜ ବିରୋଧରେ ଲଢ଼େଇ କରିବାକୁ ସେ ପ୍ରସ୍ତୁତ