ରାସ୍ତା ପାଇଁ ଆନ୍ଦୋଳନ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା ।

57

କନକ ବ୍ୟୁରୋ: ରାସ୍ତା ପାଇଁ ଗ୍ରାମବାସୀଙ୍କ ପ୍ରତିବାଦ । ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ୧୫ ନମ୍ବର ୱାର୍ଡର ଶତାଧିକ  ମହିଳା ଓ ପୁରୁଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି । ୧୯ ତାରିଖ ଠାରୁ ଦିନ ରାତି ଏହି ଆନ୍ଦୋଳନ ଜାରି ରଖିଛନ୍ତିି ।  ୧୫ ନମ୍ବର ୱାର୍ଡର ଆଲୁଷିଂ ଓ ସିଙ୍କୋଲ ଗାଁ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ରାସ୍ତା କାମକୁ ନେଇ ବିବାଦ ଦେଖାଦେଇଛି ।

ସରକାରୀ ରାସ୍ତାକୁ କିଛି ମୁଷ୍ଟିମେୟ ବ୍ୟକ୍ତି ଅକ୍ତିଆର କରିଥିବା ଅଭିଯୋଗ ହୋଇଛି । ଫଳରେ ୮ ମାସ ହେଲା ରାସ୍ତାକାମ ହୋଇପାରୁନାହିଁ । ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ପ୍ରଶାସନର ଦ୍ୱାରସ୍ତ ହୋଇ ନିରାଶ ହେବା ପରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି । ୩ ଦିନ ହେଲା ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ ସେହି ବିବାଦୀୟ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ  ।