ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ : ଅପରାହ୍ନ ଗୋଟାଏରୁ ଦୁଇଟା ମଧ୍ୟରେ କରାଯିବ ଦ୍ୱିତୀୟ କକ୍ଷପଥ ହାସଲ

208

କନକ ବ୍ୟୁରୋ : ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ । ଆଜି ଅପରାହ୍ଣ ଗୋଟାଏରୁ ୨ଟା ମଧ୍ୟରେ ଚନ୍ଦ୍ରଯାନ-୩ର ଦ୍ୱିତୀୟ କକ୍ଷପଥ ହ୍ରାସ ପ୍ରକ୍ରିୟା କରାଯିବ । ଏହା ପରେ ଆହୁରି ଦୁଇ ଥର ଚନ୍ଦ୍ରଯାନର କକ୍ଷପଥକୁ ବଦଳାଯିବ । ଏହା ଚନ୍ଦ୍ରର ସବୁଠୁ ଅଧିକ ନିଟକତର ହେବ । ବର୍ତ୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ସବୁଠୁ କମ୍ ୧୭୦ କିମି ଓ ସବୁଠୁ ଅଧିକ ୪ ହଜାର ୩୧୩ କିମି ଦୂରରେ ଅଣ୍ଡାକାର ପଥରେ ଘୂରୁଛି ।

ଆସନ୍ତା ୧୭ ତାରିଖରେ ଚନ୍ଦ୍ରଯାନ-୩ରେ ଥିବା ପ୍ରୋପୁଲସନ୍ ମୋଡ୍ୟୁଲରୁ ଲ୍ୟାଣ୍ଡର ଓ ରୋଭର ଅଲଗା ହେବ । ଲ୍ୟାଣ୍ଡରରେ ରହିଥିବା ସଫ୍ଟୱେର ସହାୟତାରେ ଏହା ଚନ୍ଦ୍ରର ଆହୁରି ନିକଟତର ହେବ । ଏହି ସମୟରେ ଲ୍ୟାଣ୍ଡର ଚନ୍ଦ୍ରଠାରୁ ସର୍ବାଧିକ ୧୦୦ ଓ ସର୍ବନିମ୍ନ ୩୦ କିମି ଦୂରରେ ପରିକ୍ରମା କରିବ । ନିର୍ଦ୍ଧାରିତ ଯୋଜନା ଅନୁସାରେ ସବୁ ଠିକଠାକ୍ ଚାଲିଲେ ଅଗଷ୍ଟ ୨୩ ତାରିଖ ଅପରାହ୍ଣ ୫ଟା ୪୭ରେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ।